ବଡ଼ଦାଣ୍ଡରେ ୨ ଛାତ୍ରୀଙ୍କୁ ଅସଦାଚରଣ : ରୋଡରୋମିଓଙ୍କୁ ସ୍ଥାନୀୟ ଲୋକମାନେ ଛେଚିଲେ

ପୁରୀ : ଆଜି ବଡ଼ଦାଣ୍ଡରେ ୨ ଜଣ ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିବା ଜଣେ ରୋଡରୋମିଓଙ୍କୁ ସ୍ଥାନୀୟ ଲୋକମାନେ ଛେଚିବା ସହିତ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଆଜି ସକାଳ ୮ଟା ବେଳେ ପୁରୀ ବଳଗଣ୍ଡି ସ୍କୁଲରୁ ଦୁଇ ଜଣ ଛାତ୍ରୀ ବଡଦାଣ୍ଡରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ କଣାସ ଅଞ୍ଚଳର ଦିଲ୍ଲୀପ ପଣ୍ଡା ନାମକ ଜଣେ ଯୁବକ ଛାତ୍ରୀଦ୍ୱୟଙ୍କୁ ଅଶ୍ଳୀଳ ଭାଷା କହିବା ସହିତ କମେଣ୍ଟ ମାରିଥିଲା। ଦୁଇ ଛାତ୍ରୀ ଅସହାୟ ହୋଇ ଭୟରେ ଥରିବାକୁ ଲାଗିଥିଲେ। ତେବେ ନୃସିଂହ ମନ୍ଦିର ଛକ ନିକଟରେ ଏ ଦୃଶ୍ୟ କିଛି ଲୋକଙ୍କ ନଜରରେ ପଡିଥିଲା। ସେମାନେ ଦିଲ୍ଲୀପଙ୍କୁ ନିସ୍ତୁକ ଛେଚିବାରୁ ସେ ରକ୍ତାକ୍ତ ହୋଇ ପଡିଥିଲେ। ଛାଡ଼ିଦେବା ପାଇଁ ଯେତେ ଅନୁରୋଧ କରିଥିଲେ ମଧ୍ୟ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ପୁଲିସ ଯୁବକକୁ ମାନସିକ ବିକୃତ କହୁଥିବା ବେଳେ ସେ ଏକ ହୋଟେଲରେ କାମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର