ତହସିଲଦାରଙ୍କୁ ଆକ୍ରମଣ, ୨ ଗିରଫ

କଣାସରେ ଉତ୍ତେଜନା

କଣାସ : କଣାସ ତହସିଲଦାରଙ୍କୁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଚାନ୍ଦପଡ଼ା ଗ୍ରାମର ୨ଜଣ ଯୁବକ କଣାସ ତହସିଲ ଅଫିସରେ ପଶି ତହସିଲଦାର ସଞ୍ଜୟ କୁମାର ପ୍ରତିହାରୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। କଣାସ ଥାନା ଅଧିକାରୀ ରଞ୍ଜନ କୁାମର ପ୍ରଧାନ କହିଛନ୍ତିି ଯେ ଅଭିଯୋଗ ଭିତ୍ତିରେ ଚାନ୍ଦପଡ଼ା ଗ୍ରାମର ପ୍ରମୋଦ ପାତ୍ର ଓ ନୀଳକଣ୍ଠ ବଡ଼ଜେନାଙ୍କୁ ପୁଲିସ ଗିରଫ କରିଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦପଡ଼ା ଗ୍ରାମର ନୀଳକଣ୍ଠ ବଡ଼ଜେନାଙ୍କ ଘର ନିର୍ମାଣ ପାଇଁ ଆସିଥିବା ବାଲି ଏବଂ ଘରବାଡ଼ି କାଗଜପତ୍ରକୁ ନେଇ ତହସିଲଦାର ଆପତ୍ତି ଉଠାଇଥିଲେ। ତେବେ ଏ ସଂପର୍କରେ ପଚାରିବାକୁ ପ୍ରମୋଦ ଓ ନୀଳକଣ୍ଠ ଆଜି ଦିନ ପ୍ରାୟ ୧୨ଟାରେ ତହସିଲ ଅଫିସକୁ ଆସିଥିଲେ। ତହସିଲଦାର କେଉଁଠି ଅଛନ୍ତି ବୋଲି ସେମାନେ ପ୍ରଥମେ ଅତକଣାସଚି ଥିଲେ। ତେବେ ଉକ୍ତ ଘଟଣାକୁ ନେଇ ଶ୍ରୀ ପତିହାରୀ ଓ ଯୁବକଙ୍କ ମଧ୍ୟରେ ହାତାହାତି ହୋଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର