ହମ୍ପ୍‌ରେ ମୋଟର୍‌ସାଇକେଲ୍‌ ଓଲଟି ଯୁବକ ମୃତ

ଅସ୍ତରଙ୍ଗ: ଶୁକ୍ରବାର ରାତିରେ ଅସ୍ତରଙ୍ଗ ନିକଟବର୍ତ୍ତୀ ନନ୍ଦିପୁର-ନଈଗୁଆଁ ରାସ୍ତାରେ ଥିବା ଏକ ସ୍ପିଡ୍‌ବ୍ରେକର୍‌ରେ ଓଲଟି ପଡ଼ି ଜଣେ ମଟର୍‌ସାଇକେଲ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ନନ୍ଦିପୁର ଗ୍ରାମର ୨୨ ବର୍ଷିୟ ଜ୍ୟୋତିପ୍ରକାଶ ଲେଙ୍କା। ଗତ ରାତିରେ ଜ୍ୟୋତି ମଦ୍ୟ ପାନ କରିଥିଲେ। ଏଥିପାଇଁ ଘରଲୋକେ ଆକଟ କରି କଥା କହିବାରୁ ସେ ରାଗରେ ଘରୁ ମଟରସାଇକେଲ୍‌ ନେଇ ପଳାଇ ଆସିଥିଲେ। ନଈଗୁଆଁ ଆଡ଼କୁ ଯାଉଥିବା ବେଳେ ନଈଗୁଆଁ ମଶାଣି ନିକଟରେ ରାସ୍ତାର ସ୍ପିଡ୍‌ବ୍ରେକର୍‌ରେ ଗାଡ଼ି ଉପରୁ ତାଙ୍କର ନିୟନ୍ତ୍ରଣ ହଟିଯିବାରୁ ସେ କଚାଡ଼ି ହୋଇ ପଡ଼ିଯାଇଥିଲେ।

ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ତାଙ୍କୁ ଉଠାଇ ନେଇ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ସେଠାରେ କାର୍ଯ୍ୟରତ ଡାକ୍ତରମାନେ ପରୀକ୍ଷାନିରୀକ୍ଷା କରିବା ପରେ ସେ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର