ନବୀନ ସରକାର ମଦକୁ ଅଧିକ ଗୁରୁତ୍ୱ ଦେଉଛନ୍ତି: ଜାଭେଡ଼କର

କେନ୍ଦ୍ରମନ୍ତ୍ରୀ କହିଲେ, ଉପକୂଳବର୍ତ୍ତି ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବଢୁଛି

ପୁରୀ: ଆଗାମୀ ବିଧାନସଭା ଓ ସାଧାରଣ ନିର୍ବାଚନରେ ଆମେ ପୁରୀରେ ବିଜୟ ଲାଭ କରିବୁ। ଓଡ଼ିଶାରେ ୧୭ବର୍ଷ ହେବ କ୍ଷମତାରେ ଥିବା ବିଜୁ ଜନତା ଦଳ ତା’ର ବିଶ୍ୱସନୀୟତା ହରାଇଛି ବୋଲି ଶୁକ୍ରବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ଆମେ ଉପକୂଳବର୍ତ୍ତି ଜିଲ୍ଲାରେ ଦୁର୍ବଳ ଥିଲୁ। କିନ୍ତୁ ବର୍ତମାନ ଏହି ଅଞ୍ଚଳରେ ଆମର ସ୍ଥିତି ମଜବୁତ ହେବାରେ ଲାଗିଛି।

ନବୀନ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଜାଭେଡକର କହିଛନ୍ତି, ବିଜେଡି ଉପରୁ ଲୋକଙ୍କର ଆଶା ଓ ଭରସା ତୁଟି ଯାଇଛି। ବିଜେଡ଼ି ସରକାର ମଦକୁ ବେଶୀ ଗୁରୁତ୍ୱ ଦେଉଛି, ଯାହାଦ୍ୱାରା କି ରାଜ୍ୟରେ ହିଂସା ଓ ଅପରାଧ ଭଳି ଗତିବିଧି ଦୃଶ୍ୟମାନ ହେଉଥିବା ବେଳେ, ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ଜେଭେଡକର କହିଛନ୍ତି, ନବୀନ କ୍ଷମତାକୁ ଆସିବା ପୂର୍ବରୁ ୨୦୦୦ ମସିହାରେ ରାଜ୍ୟର ଖାତାକୁ ୩୧୪ କୋଟି ଅବକାରୀ ଶୁଳ୍କ ରାଜସ୍ୱ ରୂପେ ଆସୁଥିବା ବେଳେ ବର୍ତମାନ ୨୭୫୦ କୋଟି ଟଙ୍କା ଅବକାରୀ ଶୁଳ୍କ ଆସୁଛି। ଅର୍ଥାତ ସରକାର ୨୫ ପ୍ରତିଶତ ଅବକାରୀ ଶୁଳ୍କ  ଅଧିକ ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର