୨୦୦ ଫୁଟ୍‌ ଘାଇ ସୃଷ୍ଟି ହୋଇ ୧୫ଟି ଗାଁରେ ପଶିଲା ପାଣି, ମରାମତି କଲେ ୨୫୦ ଜଣ ଲୋକ

ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ରାୟଖଣ୍ଡି ଅଂଚଳରେ ବୁଧବାର ସକାଳୁ କେନାଲ ଭାଙ୍ଗି ପ୍ରାୟ ୨୦୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି।

ଫଳରେ ପ୍ରାୟ ୧୫ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ଡାଙ୍ଗୁରା, ବାଲିପୁଟ, ଆଳିକିଆ, ମିର୍ଜାପୁର, ପଲି ଓ ମାର୍କଣ୍ଡପୁର ଗାଁର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ଘରକୁ ବନ୍ୟା ପାଣି ପ୍ରବେଶ କରିଥିବା ବେଳେ ଚାଷ ଜମି ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି।

ଘାଇ ସୃଷ୍ଟି ହେବା ପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୫୦ ଜଣ ଲୋକ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହାକୁ ମରାମତି କରିଛନ୍ତି।

ସମ୍ବନ୍ଧିତ ଖବର