ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଡେଲାଙ୍ଗ: ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ  ଡେଲାଙ୍ଗ ଥାନା ପୁଲିସ ମହିଳାଙ୍କ ଦେଢଶୁର ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଜୟପୁର ଗ୍ରାମର ସସ୍ମିତା ସାହୁ ପିପିଲି ଥାନା ଅଞ୍ଚଳର ବିନୋଦ ବିହାରୀ ସାହୁୁଙ୍କୁ ବିବାହ କରିଥିଲେ। ବିବାହ ବେଳେ ଯୌତୁକ ବାବଦକୁ ଦେଢ ଲକ୍ଷ ଟଙ୍କା ଓ ସମସ୍ତ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ପରେ ଆଉ ଏକ ଲକ୍ଷ ଟଙ୍କା ଯୋୖତୁକ ଆଣିବା ପାଇଁ ଶ୍ବଶୁର ଘର ଲୋକେ ବାଧୢ କରିଥିଲେ। ଏହି ଟଙ୍କା ଦେବାକୁ ଅସମର୍ଥ ହେବାରୁ ତାଙ୍କୁ ନିର୍ଯାତନା ଦେବା ଦେବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରାଯାଇଥିବା ସସ୍ମିତା ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ସ୍ଥାନୀୟ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର