ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମର ପ୍ରତିଶୋଧ! : ଅଭିଯୁକ୍ତର ଭାଇକୁ ହାଣି ହତ୍ୟା

ପୁରୀ : ଜାଗର ଦିନ ଚାଳିଶିବାଟିଆ ଗାଁରେ ଯାତ୍ରା ଦେଖିବାକୁ ଯାଇଥିବା ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଯୁବକଙ୍କ ଭାଇକୁ ଲୋକେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି। ଖବର ପାଇ ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି।

ଖବର ନେବାରେ ଜଣାପଡ଼ିଛି ଯେ ଚନ୍ଦନପୁର ଥାନା ଅନ୍ତର୍ଗତ ଚାଳିଶିବାଟିଆ ଗ୍ରାମର ଜୟନ୍ତ ବିଶ୍ୱାଳ ଓରଫ ଖଣ୍ଡି (୪୦) ଆଜି ଅପରାହ୍ନ ପ୍ରାୟ ଚାରିଟାରେ ଘରକୁ ଫେରୁଥିବା ବେଳେ ଗାଁ ପଞ୍ଚାୟତ ଅଫିସ ସମ୍ମୁଖରେ ଭୋଳ ପରିବାରର ତିନି ଜଣ ଯୁବକଙ୍କ ସହିତ ଭେଟ ହୋଇଥିଲା। ପୂର୍ବରୁ ଖଣ୍ଡି ଓ ଭୋଳ ପରିବାର ମଧ୍ୟରେ ବିବାଦ ରହିଥିବା ବେଳେ ଖଣ୍ଡିର ଭାଇ ସୁଶାନ୍ତ ଗତ ଜାଗର ଦିନ ଜଣେ ୧୨ ବର୍ଷିୟା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଛି। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଭୋଳ ପରିବାରର ଯୁବକମାନେ ଖଣ୍ଡା ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ତାକୁ ନିର୍ମମ ଭାବେ ହାଣି ଚାଲିଥିଲେ। ଘଟଣାସ୍ଥଳରେ ହିଁ ଖଣ୍ଡି ମୃତ୍ୟୁବରଣ କରିଥିଲା।

ସମ୍ବନ୍ଧିତ ଖବର