ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା, ଶ୍ରୀଜିଉଙ୍କ ମହାସ୍ନାନ ପରେ ଦର୍ଶନ କଲେ ଭକ୍ତ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରଜଗନ୍ନାଥ ମନ୍ଦିରର ଗର୍ଭଗୃହରେ ବୁଧବାର ରକ୍ତ ପଡ଼ିବାରୁ ଶ୍ରୀଜିଉଙ୍କୁ ମହାସ୍ନାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ପୂଜାରୀ ଦୀନବନ୍ଧୁ ପୂଜାପଣ୍ଡା(୬୨) ପୂଜା ସାରି ଫେରିବା ବେଳେ ମାଟିପାତ୍ର ହାତରୁ ଖସି ଯାଇଥିଲା। କଳାହାଟ ଦ୍ୱାର ପାଖରେ ହୋଇଥିବା ଏହି ଅଭାବନୀୟ ଘଟଣାରେ ସେବାୟତଙ୍କ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ ଓ ତାଙ୍କର ମୁଣ୍ଡରୁ ରକ୍ତ ବାହାରି ଥିଲା। ଏହାରି ଫଳରେ ମଧ୍ୟାହ୍ନରେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଦେଖାଯାଇଥିଲା। ପୂର୍ବାହ୍ନ ୧୧ରେ ହୋଇଥିବା ଏହି ଘଟଣା ଯୋଗୁଁ ହଜାର ସଂଖାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜଗନ୍ନାଥ ଦର୍ଶନ ପାଇଁ ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।

ପରେ ଶ୍ରୀଜିଉଙ୍କୁ ମହାସ୍ନାନ କରାଯାଇ ଦିନର ଅନ୍ୟ ନୀତି ସମ୍ପନ୍ନ କରାଯାଇଥିଲା। ଦୀର୍ଘ ୨ଘଣ୍ଟା ପରେ ଶ୍ରୀମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରଜୀଉଙ୍କ ଦର୍ଶନ କରୁଛନ୍ତି।

ସମ୍ବନ୍ଧିତ ଖବର