ପୁରୀ: ବିଜୁଳି ଖୁଣ୍ଟିରୁ ଖସିପଡ଼ି କେବୁଲ୍‌ ଅପରେଟର୍‌ ମୃତ

ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ଥାନା ଅଧିନସ୍ଥ ହନ୍ତୁକ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଞ୍ଚଳର ଜାଗେଶ୍ୱରୀ ମନ୍ଦିର ଛକଠାରେ ସେହି ଅଞ୍ଚଳର ଭିକାରି ଜେନା ନାମକ ଜଣେ ୪୮ ବର୍ଷିଅ କେବୁଲ୍‌ ଅପରେଟର୍‌ ବିଜୁଳି ଖୁଣ୍ଟିରେ ଚଢ଼ି ତାର ବାନ୍ଧୁଥିଲେ। ହଠାତ ବ୍ୟକ୍ତି ଜଣକ ନିଜର ଭାରସାମ୍ୟ ହରାଇବାରୁ ତଳେ ଖସିପଡ଼ିଲେ। ଭିକାରି ଖସିପଡ଼ିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁୁଲିସ୍‌ ଏଯାବତ୍‌ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ। ଏ ପରିସ୍ଥିତିରେ ସ୍ଥାନୀୟ ନେତା ଓ ସରପଞ୍ଚ ଆଦି ଉପସ୍ଥିତ ରହି ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଇଛନ୍ତି।

ସମ୍ବନ୍ଧିତ ଖବର