ପୁରୀ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମାଛ ବେପାରୀଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ଜମିବାଡ଼ି ବିବାଦକୁ ନେଇ ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ଶନିବାର ସନ୍ଧ୍ୟାରେ ଜଣେ ମାଛ ବେପାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ମାଛ ବେପାରୀ କୁଶ ମଲ୍ଲିକ(୩୨) ଆଜି ସନ୍ଧ୍ୟାରେ ମାଛ ବିକ୍ରି କରି ଏକ ଗାଡ଼ିରେ ଘରକୁ ଫେରୁଥିବା ବେଳେ ଗାଁର ମଦନ ମୋହନ ରାଉତ ଓ ମନମୋହନ ରାଉତ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆହତ କୁଶ ମଲ୍ଲିକକୁ ପରିବାର ଲୋକେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି।

କୁଶଙ୍କ ପତ୍ନୀ କହିବା ଅନୁସାରେ ଜମିବାଡ଼ିକୁ ନେଇ ତାଙ୍କର ପରିବାର ଓ ଅଭିଯୁକ୍ତଙ୍କ ପରିବାର ମଧ୍ୟରେ ବହୁ ଦିନରୁ ବିବାଦ ଚାଲିଥିଲା। ଏହି ମାମଲା ଏବେ ବି କୋର୍ଟରେ ବିଚାର ଚାଲିଛି। ରାଉତ ପରିବାର ଲୋକେ ମଲ୍ଲିକ ପରିବାରର ୯୨ ଡିସିମିଲ ଜମି ହଡପ କରିଛନ୍ତି ବୋଲି ବୋଲି ମହିଳା ଜଣକ କହିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର