ପୁରୀ: ହୋମଗାର୍ଡଙ୍କୁ ଖଣ୍ଡାରେ ହାଣିବା ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ

ପୁରୀ: ଗତ ୯ ତାରିଖ ଦିନ ପୁରୀରେ ଜଣେ ହୋମଗାର୍ଡଙ୍କୁ ଖଣ୍ଡାରେ ହାଣିବା ଅଭିଯୋଗରେ ବାସେଳୀ ସାହି ଥାନା ପୁଲିସ ଶନିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୨ଟି ଖଣ୍ଡା ଓ ୪ଟି ବୋମା ଜବତ କରିଛି।

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୨ଟି ଖଣ୍ଡା ଓ ୪ଟି ବୋମା ଜବତ କରିଛି। ପୁଲିସ କହିଛି, ଚନ୍ଦନପୁର ଥାନା ଅନ୍ତର୍ଗତ ଖଣ୍ଡିଘର ମୂଳ ନିବାସୀ ତଥା ବାସେଳୀ ସାହି ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିର ଦିବାକର ସ୍ୱାଇଁ ଓରଫ ଧୃବ (୩୮), ବାସେଳୀ ସାହି ଥାନା ଅନ୍ତର୍ଗତ ପଣ୍ଡାବଗିଚା ଜଗନ୍ନାଥବସ୍ତିର ମନୋଜ ପଣ୍ଡା ଓରଫ ମୁନା (୧୯), ବ୍ରହ୍ମଗିରି ଥାନା ଅଞ୍ଚଳର ମୂଳ ନିବାସୀ ତଥା ବାସେଳୀ ସାହି ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିର ପିନାକୀ ବରାଳ ଓରଫ ପିନୁ (୨୨)କୁ ଗିରଫ କରାଯାଇଛି।

ସେହିପରି ପୁଲିସ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାଲେପୁର ମୂଳ ନିବାସୀ ତଥା ଜଗନ୍ନାଥବସ୍ତିର ଜଜେନ୍ଦ୍ର ଜେନା ଓରଫ ଗଜି (୪୫)କୁ ଗିରଫ କରି ଭାରତୀୟ ଦଣ୍ଡ ସଂହିତା ଧାରା ୩୪୧, ୨୯୪, ୩୨୪, ୩୨୫, ୩୩୨, ୩୦୭, ୩୪୧ ଆଧାରରେ ୨୫/୨୭ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର