ପୋଡ଼ିହୋଇ ଯୁବତୀ ଗୁରୁତର

ବଳଙ୍ଗା: ସଂଧ୍ୟାରେ ବଳଙ୍ଗା ବେହେରା ସାହିରେ ରହୁଥିବା ଜଣେ ଯୁବତୀ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତିି । ନିମାପଡ଼ାର ପ୍ରଫୁଲ୍ଲ ସାମଲ ବଳଙ୍ଗା ବଜାରରେ ଏକ ଜଳଖିଆ ଦୋକାନ କରିଛନ୍ତି। ସେ ପରିବାର ସହ ବଳଙ୍ଗା ବେହେରା ସାହିରେ ଘର ଭଡା ନେଇ ରହୁଛନ୍ତି । ସେ ଆଜି ଘରେ ନଥିଲା ବେଳେ ତାଙ୍କର ୧୮ ବର୍ଷର ଝିଅ ନିଆଁରେ ପୋଡ଼ିହୋଇ ଚିତ୍କାର କରିବାରୁ ପାଖ ପଡୋଶୀ ତାଙ୍କୁ ଅର୍ଦ୍ଧର୍ଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଭ୍ଵବନେଶ୍ୱର ୬ନମ୍ବର ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତରଖାନାରୁ ଖବର ପାଇ ବଳଙ୍ଗା ଥାନା ଅଧିକାରୀ ସୁଶାନ୍ତ ସାହୁ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ଯୁବତୀଜଣକ ନିଜେ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିବା ପଡ଼ୋଶୀମାନେ ପୁଲିସକୁ କହିଥିବା ବେଳେ ପୁଲିସ ସେଭଳି କୌଣସି ପ୍ରମାଣ ପାଇନଥିବା କହିଛି। ତେବେ ଆହତ ଯୁବତୀଙ୍କ ସହ ବାପା-ମାଙ୍କୁ ପଚରାଉଚରା ପରେ ଅସଲ କାରଣ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର