ପୁଲିସ ବାଲା କହି ଲୁଟିଲେ

ପୁରୀ : ଆଜି ପୂର୍ବାହ୍ନରେ ବଡ଼ଶଙ୍ଖ ନିକଟରେ ଜଣଙ୍କଠାରୁ କେତେକ ପୁଲିସ ବେଶରେ ସୁନା ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୁକ୍ତମାନେ ପ୍ରକୃତରେ ପୁଲିସ ନା ଲୁଟେରା ତାହା ସ୍ପଷ୍ଟ ହୋଇପାରୁନାହିଁ। ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଖାକିମଠ ନୂଆ ସାହି ନିବାସୀ ଗୋଲକ ବିହାରୀ ଧଳ ଅଭିଯୋଗ କରିଛନ୍ତି ଯେ ସେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଆଠଟାରେ ଘରୁ ବଡ଼ଶଙ୍ଖ ପରିବା ମାର୍କେଟକୁ ଆସୁଥିଲେ। ସେ ବଡ଼ଦାଣ୍ଡରେ ଗଜପତି ନଗର ଗଳି ସମ୍ମୁଖରେ ପହଞ୍ଚିବା ବେଳକୁ ତାଙ୍କ ସମ୍ମୁଖକୁ ଦୁଇ ଜଣ ବାଇକ ଆରୋହୀ ଆସି ହଠାତ ବେକରୁ ସୁନା ଚେନ୍‍ ଛିଣ୍ଡାଇ ନେଇଥିଲେ। ସେହିପରି ତାଙ୍କ ଡାହାଣ ହାତ ଆଙ୍ଗୁଠିରେ ଥିବା ସୁନା ମୁଦି ମଧ୍ୟ ଛଡ଼ାଇ ନେଇଥିଲେ। ସେ ତଟସ୍ଥ ହୋଇପଡ଼ିବାରୁ ସେଠାରେ ଅନ୍ୟ ଜଣେ ପହଞ୍ଚି ଦୁର୍ବୃତ୍ତମାନଙ୍କ ସହିତ ମିଶି ଧମକାଇ କହିଲା ଯେ ଆମେ ପୁଲିସ ବାଲା। ଚେକିଂ କରିବାକୁ ଆସିଛୁ। ଏହା କହି ସେମାନେ ଏକ ବାଇକରେ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର