ଶ୍ରୀମନ୍ଦିରରେ ଚାକିରି ଦେବା ନାଁରେ ଠକେଇ, ଅଭିଯୋଗ ପରେ ଅଭିଯୁକ୍ତକୁ ଖୋଜୁଛି ପୁଲିସ

ପୁରୀ: ଆମେ ଶୁଣିଛେ ଯେ, ରେଳବାଇ ଅଥବା ଅନ୍ୟ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ଚାକିରି ପାଇବା ଆଶାରେ ଟଙ୍କା ଲାଞ୍ଚ ଦେଇ ଯୁବକ/ଯୁବତୀମାନେ ଠକେଇର ଶିକାର ହୋଇଥାନ୍ତି। ମାତ୍ର ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଚାକିରି ପାଇବା ଆଶାରେ ଟଙ୍କା ଲାଞ୍ଚ ଦେଇ ଠକେଇର ଶିକାର ହେବା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଘଟଣା। ମାତ୍ର ଘଟଣା ସତ। ଖୋର୍ଦ୍ଧା ଜିଲ୍ଲାର କିଛି ଯୁବକ ଶନିବାର ପୁରୀ ସିଂହଦ୍ୱାର ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନାଯୋଗ୍ୟ କିଛି ମାସ ତଳେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭର୍ତ୍ତି ପାଇଁ କିଛି ପଦବି ବାହାରିଥିଲା। ଏଥି ପାଇଁ କିଛି ଆବେଦନକର୍ତ୍ତା ଆବେଦନ କରିଛନ୍ତି। ମାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭର୍ତ୍ତିର ସୁଯୋଗ ନେଇ କେହି ଜଣେ ଠକ ଖୋର୍ଦ୍ଧା ଅଚଂଳର କିଛି ଯୁବକଙ୍କୁ ପ୍ରଲୋଭିତ କରି ସେମାନଙ୍କ ଠାରୁ ଜଣ ପ୍ରତି ୮ରୁ ୧୦ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଛି।

ଅଭିଯୋଗରେ ଯୁବକମାନେ ଆଜି ପୁଲିସକୁ କହିଛନ୍ତି, ଠକ ବ୍ୟକ୍ତି ଜଣକ ପୁରୀ ଶ୍ରୀମନ୍ଦିରରେ ରୋଷେୟା ଭାବରେ କାମ କରୁଛି ବୋଲି ପରିଚୟ ଦେଇଥିଲା। ଜଣ ପ୍ରତି ୮ରୁ ୧୦ ହଜାଟ ଟଙ୍କା ଲେଖାଏଁ ନେଇଥିଲା। ଏହି ଘଟଣାରେ ଅନେକ ଯୁବକ ଠକେଇର ଶିକାର ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଦଳାଇପୁଟ ଗାଁର ବବୁଲ ଜେନା ଏବଂ ଗଣିଆଟାଙ୍ଗୀ ଗାଁର ଅଭିରାମ ମଙ୍ଗରାଜ।

ସମ୍ବନ୍ଧିତ ଖବର