ଦେହଜୀବୀଙ୍କ ଆଡ଼ାରେ ପୁଲିସ ଚଢ଼ଉ : ଲଜ୍‌ ମ୍ୟାନେଜର ଓ ୫ ଜେଲ୍‌ ଗଲେ

କୋଣାର୍କ : ଶନିବାର ରାତିରେ କୋଣାର୍କ ମାର୍କେଟ କଂପ୍ଳେକ୍ସରେ ଥିବା ଲଜ୍‌ ଗୁଡ଼ିକ ଉପରେ କୋଣାର୍କ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଦୁଇଟି ଲଜରୁ ଜଣେ ଶିକ୍ଷୟିତ୍ରୀ ଓ ଜଣେ କଲେଜ ଛାତ୍ରୀଙ୍କ ସମେତ ୭ ଜଣ ଦେହଜୀବୀଙ୍କୁ କାବୁ କରିଥିଲା। ସେହିଭଳି ଦୁଇ ଲଜ୍‌ର ପରିଚାଳକଙ୍କ ସମେତ ଜଣେ ଠିକାଦାର ଓ ଜଣେ ଟେଲିକମ କମ୍ପାନିର ମ୍ୟାନେଜର ସମେତ ୯ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷରେ ୭ ଯୁବତୀଙ୍କୁ ପୁଲିସ ଛାଡ଼ି ଦେଇଛି। ଗିରଫ ଯୁବକମାନେ ହେଲେ ନିମାପଡ଼ା ଅଂଚଳର ହେମନ୍ତ ନାୟକ, କୋଣାର୍କ ଅଂଚଳର ଶୈଳେଶ ପାତ୍ର, କୋଲକତାର ଅରୁଣ ଦୋଲୋଇ, ଗୋପ ଅଂଚଳର କ୍ଷେତ୍ରମୋହନ ବେହେରା, ନିଆଳି ଅଂଚଳର ବିଜୟ କୁମାର ନାୟକ, ମୟୂରଭଂଜ ଜିଲ୍ଲାର ଲଲାଟେନ୍ଦୁ କଂସାରୀ ଓ କଟକ ଜିଲ୍ଲାର ପ୍ରମୋଦ କୁମାର ସାହୁ।

ସମ୍ବନ୍ଧିତ ଖବର