ଆସନ୍ତାକାଲି ଠାରୁ ଶ୍ରୀଜିଉଙ୍କୁ ଧାଡିରେ ରହି ଦର୍ଶନ କରିବେ ଭକ୍ତ-ଶ୍ରଦ୍ଧାଳୁ

ପୁରୀ: ଶ୍ରୀଜିଉଙ୍କ ଦର୍ଶନ କରିବାକୁ ହେଲେ ଏଣିକି ଧାଡିରେ ରହିବାକୁ ପଡ଼ିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୧ରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଧାଡିରେ ରହି ଭଗବାନ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କୁ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ସ୍ଥାୟୀ ରୂପରେ ହେବ କି ନାହିଁ ତାହା ସମୟ କହିବ କିନ୍ତୁ ବର୍ତ୍ତମାନ ସ୍ଥିତିରେ କିଛି ମାସ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବରେ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଛି।

ଶୃଙ୍ଖଳିତ ଦର୍ଶନ ପାଇଁ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା ପ୍ରତିଦିନ କରାନଯାଇ ସପ୍ତାହର ଗୋଟିଏ ଦିନ କରାଯିବ। ଏହି ବ୍ୟବସ୍ଥାରେ ଯଦି କିଛି ତ୍ରୁଟି କିମ୍ବା ଭକ୍ତମାନଙ୍କର ଅସୁବିଧା ପରିଲକ୍ଷିତ ହୁଏ, ତେବେ ସେଥିରେ ଆବଶ୍ୟକ ସୁଧାର ଅଣାଯାଇ କାର୍ତ୍ତିକ ମାସ ପରେ ଏହି ବ୍ୟବସ୍ଥା ପ୍ରତିଦିନ ପାଇଁ କାର୍ଯ୍ୟକାରୀ କରାଯିବ।

ଦର୍ଶନ ପାଇଁ ଯେପରି ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ, ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଏକମୁଖୀ ରାସ୍ତାର ପ୍ରଚଳନ ଅକ୍ଟୋବର ୧ରୁ ଆରମ୍ଭ ହୋଇଯିବ। ସିଂହଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ଅନ୍ୟ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ। ସେବକମାନେ ଶ୍ରୀମନ୍ଦିରର ଯେକୌଣସି ଦ୍ୱାର ଦେଇ ପ୍ରବେଶ କିମ୍ବା ପ୍ରସ୍ଥାନ କରିପାରିବେ।

ସମ୍ବନ୍ଧିତ ଖବର