ଯୁବକଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ

କାକଟପୁର: ରାସ୍ତାକଡ଼ରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ମାଡ଼ ମାରିବା ପ୍ରତିବାଦରେ କାକଟପୁର ଥାନା ଅନ୍ତର୍ଗତ ଦହିଖିଆ ଗାଁ ଲୋକେ ବୁଧବାର ରାତି ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା କାକଟପୁର-ଅସ୍ତରଙ୍ଗ ରାସ୍ତାର ଦହିଖିଆ ଗାଁରେ ଯୁବକ ଚନ୍ଦନ ସ୍ୱାଇଁ ରାତି ୯ଟା ୩୦ରେ ଛିଡ଼ା ହୋଇଥିଲେ। କିଛି ନ ପଚାରି ପୁଲିସ କର୍ମଚାରୀମାନେ ଯୁବକଙ୍କୁ ଅଚାନକ ପିଟିଥିଲେ। ଏହି ଘଟଣାକୁ ଯୁବକଙ୍କ ମା’ ପ୍ରତିବାଦ କରିବାରୁ ପୁଲିସ ର୍ଦୁବ୍ୟବହାର କରିଛି।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ପେଟ୍ରୋଲିଂରେ ଥିବା ପ୍ରାୟ ୮ ଜଣ ପୁଲିସ ପହଞ୍ଚି ଥିଲେ। କିଛି ନପଚାରି ପୁଲିସ ଯୁବକଙ୍କୁ ପିଟିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣା ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ପୁଲିସର ଏଭଳି କାଣ୍ଡ ଯୋଗୁଁ ଗାଁଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର