ଯାତ୍ରୀଙ୍କ ବ୍ୟାଗ୍‌ ଲୁଟି ଜଣେ ଗିରଫ

ପୁରୀ : ସମୁଦ୍ରକୂଳ‌ରେ ଥିବା ଏକ କାର୍‌ ଭିତରୁ ଯାତ୍ରୀଙ୍କ ବ୍ୟାଗ୍‌ ଲୁଟି ନେଇଥିବା ଦୁର୍ବୃତ୍ତକୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, କୋଲକାତାରୁ ସୁରିତା ରାୟଚୌଧୁରୀ ଓ ତାଙ୍କ ସାଙ୍ଗମାନେ ଆଜି ପୁରୀ ଆସିଥିଲେ। ଅପରାହ୍ନ ୪ଟାରେ ସେମାନେ ପୁରୀ ହୋଟେଲ ସମ୍ମୁଖରେ ଗାଡ଼ି ରଖି ହୋଟେଲକୁ ଖାଇବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଜଣେ ଯୁବକ ଉକ୍ତ କାର୍‌ରୁ ଦୁଇଟି ବ୍ୟାଗ୍‌ ଲୁଟି ନେଇଥିଲା। ତେବେ ଏହି ସମୟରେ ପିସିଆର୍‌ ଭ୍ୟାନ୍‌ ହାବୁଡ଼ରେ ପଡିଥିଲା ଉକ୍ତ ଯୁବକ। ଗତିବିଧି‌ରେ ସନ୍ଦେହ ପ୍ରକାଶ କରି ପିସିଆର ଭ୍ୟାନ୍ ତାକୁ ଟାଉନ ଥାନା ଜିମା ଦେଇଥିଲା। ପୁଲିସ ଉକ୍ତ ଯୁବକ (ଉତ୍ତରପ୍ରଦେଶ କାନପୁରର ଆର୍. ଶିବ-୧୯)କୁ ପଚରାଉଚରା କରିବା ପରେ ସେ ସମୁଦ୍ରକୂଳ ନିକଟ ଏକ କାର୍‌ରୁ ଦୁଇଟି ବ୍ୟାଗ୍‌ ଲୁଟିଥିବା ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର