ଖୁବ୍‌ ଶୀଘ୍ର ନିର୍ଦ୍ଧାରିତ ହେବ ମହାପ୍ରସାଦ ଦର

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କୁ କିଭଳି ଉଚିତ ମୂଲ୍ୟରେ ମହାପ୍ରସାଦ (ଅବଢା) ମିଳିବ ସେ ନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗର ଏକ ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ମୁତାବକ, ଏଣିକି ସୁଆରମାନେ ମନ ଇଚ୍ଛା ଦର ନେଇ ପାରିବେ ନାହିଁ। ଖୁବ ଶୀଘ୍ର ପୁରୀ ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରାଯିବ । ଆନନ୍ଦ ବଜାରେ ହେଲ୍‌ପ ଡେସ୍କ ଓ ଅଭିଯୋଗ ପ୍ରକୋଷ୍ଠ ରହିବ । ମହାପ୍ରସାଦ ଦର ତାଲିକା ଖୁବ ଶୀଘ୍ର ଆନନ୍ଦ ବଜାରରେ ଲାଗିବ । କୋଠଭୋଗ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କୋଠ ଭୋଗ ପାଇଁ ଆବଶ୍ୟକ ଖର୍ଚ୍ଚର ଆକଳନ କରି ଦର ତାଲିକା ନିର୍ଦ୍ଧାରଣ ହେବ । କୋଠ ଭୋଗ ରନ୍ଧା ବେଳେ ଦେଉଳକରଣ ଓ ଶ୍ରୀମନ୍ଦିର ସୁପରଭାଇଜର ଅନୁଧ୍ୟାନ କରିବେ । ଏହା ବ୍ୟତୀତ ଆନନ୍ଦବଜାରରେ ଅନଧିକୃତ ଅଣସେବାୟତଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଭକ୍ତମାନେ ଠକାମିରେ ପଡ଼ୁଥିବା ନେଇ ଅଭିଯୋଗ କରିଥିଲେ । ତେବେ ମହାପ୍ରସାଦ ଦର ଲାଗିବା ପରେ ଶ୍ରଦ୍ଧାଳୁମାନେ ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇବା ସହ ଆଉ ଠକାମୀର ଶିକାର ହେବେ ନାହିଁ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର