ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଡେଲାଙ୍ଗ: ଜଣେ ନାବାଳିକାକୁ ଅପହରଣ ଘଟଣାରେ ଡେଲାଙ୍ଗ ପୁଲିସ ଆଜି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗରୁ ପ୍ରକାଶ ଡେଲାଙ୍ଗ ଅଞ୍ଚଳର ଜଣେ ନାବାଳିକାକୁ ସେହି ଅଞ୍ଚଳର ସୁଶାନ୍ତ ଦଳାଇ ଅପହରଣ କରି ନେଇଥିଲା। ଏ ନେଇ ନାବାଳିକାଙ୍କ ବାପା ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଆଜି ଅଭିଯୁକ୍ତ ସୁଶାନ୍ତକୁ ସ୍ଥାନୀୟ ପୁଲିସ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛି। ଉଭୟଙ୍କର ଡାକ୍ତରୀ ମାଇନା କରାଯିବା ସହ ସୁଶାନ୍ତକୁ କୋର୍ଟ ଚାଲାଣ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର