ବେଳାଭୂମିରୁ ବ୍ୟାଗ୍‌ ଲୁଟି ୨ ଗିରଫ

ପୁରୀ: ବେଳାଭୂମିରୁ ପର୍ଯ୍ୟଟକଙ୍କ ବ୍ୟାଗ୍‌ ଲୁଟିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରରୁ ଶ୍ରୀକାନ୍ତ ବଳ ସମୁଦ୍ରକୂଳକୁ ଆସିଥିଲେ। ସେ ବେଳାଭୂମିରେ ତାଙ୍କ ବ୍ୟାଗ ରଖି ଗାଧୋଇବାକୁ ଯାଇଥିବା ବେଳେ ବ୍ୟାଗଟିକୁ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମ ନିବାସୀ କୃଷ୍ଣଚନ୍ଦ୍ର ଭଞ୍ଜ (୨୩) ଓ ତାର ଭାଇ ରଣଜିତ୍‌ ଭଞ୍ଜ (୧୯) ଲୁଟି ନେଇଥିଲେ। ଏହି ସମୟରେ ଶ୍ରୀକାନ୍ତ ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ଦୁଇ ଭାଇଙ୍କୁ ଧରି ପକାଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ କୃଷ୍ଣଚନ୍ଦ୍ର ଓ ରଣଜିତକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର