ଭକ୍ତ ଓ ଦିବ୍ୟାଙ୍ଗଙ୍କ ପାଇଁ ନାଲ୍‌କୋ ପକ୍ଷରୁ ବ୍ୟାଟେରି ଗାଡ଼ି ପ୍ରଦାନ

ପୁରୀ : ଶ୍ରୀଜଗନ୍ନାଥ ପୁରୀର ବିକାଶ, ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ଭକ୍ତମାନଙ୍କ ପାଇଁ ନବରତ୍ନ କମ୍ପାନୀ ‘ନାଲ୍‌କୋ’ ପକ୍ଷରୁ ୫ଟି ବ୍ୟାଟେରିଚାଳିତ ଗାଡ଼ି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ହୋଟେଲ ମେ ଫେୟାର ଠାରେ ଆୟୋଜିତ ଉତ୍ସବରେ କେନ୍ଦ୍ର ଖଣି ବିଭାଗର ଅତିରିକ୍ତ ସଚିବ କେ. ରାଜେଶ୍ବର ରାଓ ନାଲ୍‌କୋର ସିଏମଡି ଡ. ତପନ ଚାନ୍ଦ ପ୍ରମୁଖ ଯୋଗ ଦେଇ ଆଇକନ ସିଟି ପୁରୀର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ନାଲ୍‌କୋର ସହଯୋଗ ଅବ୍ୟାହତ ରହିବ ବୋଲି ପ୍ରକାଶ କରିଥିଲେ। ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଯାତ୍ରୀମାନଙ୍କୁ ଶ୍ରୀମନ୍ଦିରଠାରେ ପହଞ୍ଚାଇବା ପାଇଁ ନାଲ୍‌କୋ ପକ୍ଷରୁ ପାଞ୍ଚୋଟି ବ୍ୟାଟେରିଚାଳିତ ଅଟୋ ଓ ପୁରୀ ପୁଲିସକୁ ଏକ ପିସିଆର ଭ୍ୟାନ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ନାଲ୍‌କୋ ପକ୍ଷରୁ ଶ୍ରୀଜଗନ୍ନାଥ ବଲ୍ଲଭରୁ ଶ୍ରୀମନ୍ଦିର ପାଇଁ ୫ଟି ବ୍ୟାଟେରିଚାଳିତ ଅଟୋ ସହ ରେଲୱେ ଷ୍ଟେସନ ଯାତ୍ରୀଙ୍କ ପାଇଁ ୨ଟି ବ୍ୟାଟେରିଚାଳିତ ଅଟୋ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁରୀ ନାଗରିକ ପକ୍ଷରୁ ସମାଜସେବୀ ବଦ୍ରି ମିଶ୍ର, ବିଶ୍ବନାଥ ମିଶ୍ର, ମଧୁସୂଦନ ମିଶ୍ର ଓ ଶ୍ୟାମ ପ୍ରକାଶ ସେନାପତି ଅତିରିକ୍ତ ସଚିବ ଶ୍ରୀ ରାଓ ଓ ସିଏମଡି ଡ. ଚାନ୍ଦଙ୍କୁ ନୀଳଚକ୍ର ବାନା ଓ ପାଛୋଡ଼ା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆ‌ଶୁତୋଷ ରଥ ପରିଚାଳନା କରିଥିଲେ। ଏଥିରେ ନାଲକୋର ସମସ୍ତ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର