ମୋବାଇଲ୍‌ ଫୋନ୍‌ ଚୋରି କରି ଗିରଫ

ପୁରୀ: ପେଣ୍ଠକଟା ଅଞ୍ଚଳରେ ଥିବା ଶାନ୍ତି ଫ୍ରିଜ୍‌ର ବରଫ କଳ ଭିତରେ ପଶି ମୋବାଇଲ ଚୋରି କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରିଛି। ତା ନିକଟରୁ ଏକ ମୋବାଇଲ ଫୋନ୍‌ ଓ ୫ଶହ ଟଙ୍କା ଜବତ କରି କୋର୍ଟଚାଲାଣ କରିଛି। ପୁଲିସ କହିଛି ଯେ ଗତ ୧୩ ତାରିଖ ରାତିରେ ପେଣ୍ଠକଟାରେ ଥିବା ଏହି ବରଫ କଳରେ କର୍ମଚାରୀମାନେ ଶୋଇ ପଡ଼ିଥିବା ବେଳେ ତାଙ୍କ ମୋବାଇଲ ସେମାନଙ୍କ ନିକଟରେ ରହିଥିଲା। ତେବେ ଏହାର ସୁଯୋଗ ନେଇ ପେଣ୍ଠକଟା ବେହେରା ସାହିର ଗିରିଧାରୀ ବେହେରା(୨୨) ଓ ତା’ର ସାଥୀ ମିଶି ଘଟଣାସ୍ଥଳରୁ ତିନୋଟି ମୋବାଇଲ ଫୋନ୍‌ ଓ ୩୩୦୦ ଟଙ୍କା ‌ଚୋରି କରିନେଇଥିଲେ। ଏ ନେଇ ଫ୍ୟାକ୍ଟ୍ରିର ଅପରେଟର ସମୁଦ୍ରକୂଳ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ଗିରିଧାରୀକୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିପରି ଏହି ମାମଲାରେ ସମ୍ପୃକ୍ତ ଅନ୍ୟଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର