ପୁରୀରେ ସଂଘବଦ୍ଧ ଆକ୍ରମଣ: ଜଣେ ଆହତ, ଏସସିବି ସ୍ଥାନାନ୍ତର

ପୁରୀ: ସମୁଦ୍ରକୂଳ ଥାନା ଅନ୍ତର୍ଗତ ଅଚିଆ ଗଳିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଟାଉନଥାନା ଅନ୍ତର୍ଗତ ବାଲିସାହିର ସୋଲାଖିଆ ବରଗଛ ଅଚିଆ ଗଳିର ବଳିଆ ଓରଫ ସୂର୍ଯ୍ୟ ନାରାୟଣ ଦାସକୁ ନିଜ ସାହିର କିଛି ଲୋକ ରବିବାର ଅପରାହ୍ଣରେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଆହତ ପରେ ବଳିଆକୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇ ଘଟଣାସ୍ଥଳକୁ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଛି। ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ସୂର୍ଯ୍ୟନାରାୟଣର ଅବସ୍ଥା ସଂକଟାପନ୍ନ ଥବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର