ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପୁରୀରେ ‘ଏଏସ୍‌ଆଇ’ର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର…

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ସୁନାବେଶ: ୮ ଘଣ୍ଟା ମିଳିଲା ନିର୍ବିଘ୍ନ ଦର୍ଶନ

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ରାଜାଧିରାଜ ବେଶ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଚନ୍ଦ୍ରଗ୍ରହଣ ପାଇଁ ଆଜି ଭୋଗମଣ୍ଡପ ଶେଷପରେ ସକାଳ ୫ଟା ୫୦ରୁ ଶ୍ରୀମନ୍ଦିର ନୀତିକାନ୍ତି ବନ୍ଦ ରହିଥିବାରୁ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ହେଲିକପ୍ଟର ମକ୍‌ଡ୍ରିଲ: ସୁରକ୍ଷା କଡ଼ାକଡ଼ି, ଜଗିବେ ୨୪ ପ୍ଲାଟୁନ ଫୋର୍ସ

ପୁରୀ: ‌ନଭେମ୍ବର ୧୦ ତାରିଖରେ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପକ୍ଷରୁ ଆଜି ହେଲିକପ୍ଟର୍‌ ମକ୍‌ଡ୍ରିଲ୍‌ କରାଯାଇଛି। ସୂଚନା ଅନୁସାରେ, ସ୍ଥାନୀୟ ତାଳବଣିଆ ହେଲିପ୍ୟାଡ୍‌ଠାରେ ଏହି ମକ୍‌ଡ୍ରିଲ୍‌ କରାଯାଇଥିଲା। ହେଲିକପ୍ଟର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ମାଡ଼ ଘଟଣା: ତଦନ୍ତ ଆଳରେ ଅଟକିଛି କାର୍ଯ୍ୟାନୁଷ୍ଠାନ

ପୁରୀ: ମହାପଞ୍ଚୁକରେ ଶ୍ରୀମନ୍ଦିର ହବିଷ୍ୟାଳୀଙ୍କୁ ପୁଲିସ ମାଡ଼ ମାରି ମୁଣ୍ଡ ଫଟାଇଲା। ଜେଟିପି ଜଣେ ମହିଳା ଭକ୍ତଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ମାନସିକ ନିର୍ଯାତନା ଦେଲେ। ଏହି ଘଟଣାକୁ ଦୁଇଦିନ ବିତିଲାଣି। କିନ୍ତୁ ଆଜି ସୁଦ୍ଧା ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ତଦନ୍ତ ଆଳରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ

ପୁରୀ: ବୁଧବାର ମାର୍ଗଶିର-କୃଷ୍ଣ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ନୀତିରେ କିଛି ପରିବର୍ତ୍ତନ ହୋଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସର୍ବସାଧାରଣ ଦର୍ଶନ ହେବ। ଆପାତତଃ ଅପରାହ୍ନ ଘ.୫.୦୦ ରୁ ରାତ୍ର ଘ.୯.୦୦ ଟା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ନିକଟରେ ବୋମାମାଡ

ପୁରୀ: ପୁରୀ ଟାଉନଥାନା ଅର୍ନ୍ତଗତ ତଥା ଶ୍ରୀମନ୍ଦିର ନିକଟ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଆଇନଜୀବୀ ଶୁଭାଶିଷ ମହାନ୍ତିଙ୍କ ଘର ଉପରକୁ ବୋମା ମାଡ ହୋଇଛି। ଲଗାତାର ଦୁଇଟି ବୋମାମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସିସିଟିଭିରେ ବୋମାମାଡର…
ଅଧିକ ଖବର ଦେଖନ୍ତୁ...

ଦିନକ ପରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ୧୦ ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର/ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଭୁବନେଶ୍ବର ଓ ପୁରୀ ଗସ୍ତ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୧୦ ତାରିଖରେ ପୁରୀ ଗସ୍ତ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ସାମ୍ନାରେ ଦାଦାଗିରି: ଶ୍ରୀମନ୍ଦିରରେ ମହିଳାଙ୍କ ମୁଣ୍ଡ ଫଟାଇଦେଲା ପୁଲିସ

ପୁରୀ : ମହାପ୍ରଭୁଙ୍କୁ ସକାଳର ଜଳଖିଆ ମଧ୍ୟାହ୍ନରେ, ମଧ୍ୟାହ୍ନର ଖାଦ୍ୟ ରାତିରେ ଦିଆଯିବା ଏବଂ ରାତିରେ ପହୁଡ଼ ନ ପକାଇ ଠାକୁରଙ୍କୁ କଲବଲ କରିବା ଭଳି ଅଭାବନୀୟ ଘଟଣାରେ ଶ୍ରୀଜଗନ୍ନାଥ ପ୍ରେମୀ ଢେର୍ ଆଘାତ ପାଇଛନ୍ତି। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାର ଏଯାଏ କାହା ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଆଜି ଚନ୍ଦ୍ରଗ୍ରହଣ: ୫ଟା ୫୪ରୁ ପାକତ୍ୟାଗ, ଦେବନୀତି ନି‌ଷେଧ

ପୁରୀ : ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ରାହୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ। ଏହିଦିନ ସୂର୍ଯ୍ୟୋଦୟଠାରୁ ପାକକର୍ମ, ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ତଥା ଜ୍ୟୋତିର୍ବିଦ୍‌ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ମଙ୍ଗଳବାର ଅପରାହ୍ନ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଗ୍ରହଣ ପାଇଁ ରାତି ୧୨ରୁ ଦ୍ୱାରଫିଟା

ପୁରୀ : ଚନ୍ଦ୍ରଗ୍ରହଣ ପାଇଁ ସୋମବାର ଦିନ ସଅଳ ଦ୍ୱାରଫିଟା ନୀତି ସମ୍ପନ ହୋଇଛି। ପରେ ଅନ୍ୟାନ୍ୟ ନୀତି ବଢିବା ସହ ବିଳମ୍ବିତ ରାତିରେ ମହାପ୍ରଭୁ ରାଜଧିରାଜ ବେଶ ବା ସୁନାବେଶ ହୋଇଛନ୍ତି। ଆଜି ରାତି ପ୍ରାୟ ୩ଟା ୪୫ରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲେ ବି ପରବର୍ତ୍ତୀ ସମୟରେ…
ଅଧିକ ଖବର ଦେଖନ୍ତୁ...