ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ବେଳେ ପୁଲିସ ଲାଠିଚାଳନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପୁରୀ ଏସପି

ପୁରୀ : ପୁରୀ ବଡଦାଣ୍ଡରେ ଥିବା ଗ୍ରାଣ୍ଡ ମୋଟର୍ସ ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ଓ ସମ୍ବାଦିକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି ସାର୍ଥକ ଷଡ଼ଙ୍ଗୀ। । ନିମ୍ନ ମାନର ତେଲ ଯୋଗାଣ ନେଇ ପେଟ୍ରୋଲ ପମ୍ପରେ ସ୍ଥାନୀୟ ଲୋକ ଭଙ୍ଗାରୁଜା କରିଥିଲେ । ପେଟ୍ରୋଲ ପମ୍ପ ଥିବା ଗାଡି, ଟାଙ୍କି ଓ ସିସିଟିଭିକୁ ଉତ୍ତ୍ବକ୍ତ ଲୋକେ ଭାଙ୍ଗି ଦେଇଥିଲେ । ଫଳରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲାଠିଚାଚଳନା କରିଥିଲା । ଉତ୍ତେଜିତ ଲୋକଙ୍କୁ ପୁଲିସର ଲାଠିମାଡ କରିବା ସହ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ଛାଡିନଥିଲା ।

ପୁଲିସ ଲାଠିମାଡରେ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଏବେ ପୁଲିସର ଲାଠିଚାଳନା ପ୍ରତିବାଦରେ ସ୍ଥାନୀୟ ଲୋକ ମେଡିକାଲ ରୋଡରେ ରାସ୍ତାରୋକ କରିଥିଲେ । ଘଟଣା ପରେ ଏସପି ଓ କୁମ୍ଭାରପଡା ଥାନା ଅଧିକାରୀଙ୍କ ନିଲମ୍ବନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ସମ୍ବନ୍ଧିତ ଖବର