ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ, ଶ୍ରଦ୍ଧାଳୁଙ୍କ ମନରେ ଲାଗିଲା ଆଘାତ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ଫଟୋ ପୁଣି ଥରେ ଭାଇରାଲ ହୋଇଥିବା ଗୁରୁବାର ଜଣାପଡ଼ିଛି। ସୂଚନା ଅନୁସାରେ ଗୁଜୁରାଟର ହିିତେଶ ସୋନାନି ନାମରେ ଜଣେ ବ୍ୟକ୍ତି ନିଜ ଫେସବୁକ୍‌ ପେଜ୍‌ରେ ଶ୍ରୀମନ୍ଦିର ପରିସରସ୍ଥିତ କୋଇଲି ବୈକୁଣ୍ଠର ଫଟୋକୁ ଭାଇରାଲ କରିଛନ୍ତି। କୁହାଯାଉଛି ଯେ, ଆଜି ହିଁ ଫଟୋକୁ ଭାଇରାଲ କରାଯାଇଛି।

ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ସାତ ପାହାଚ ନିକଟରୁ ଏବଂ କୋଇଲି ବୈକୁଣ୍ଠରୁ ଫଟୋ ଉଠାଇ ଏହାକୁ ଗୁଜୁରାଟର ପର୍ଯ୍ୟଟକ ହିତେଶ ଭାଇରାଲ କରିଛନ୍ତି। ଫଟୋରେ କିଛି ଇସ୍କନ ଭକ୍ତ ମଧ୍ୟ ଅଛନ୍ତି। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଫଟୋ ଭାଇରାଲ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି।

ସୂଚନାଯୋଗ୍ୟ ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା, ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଫଟୋ ଭାଇରାଲ ହୋଇଛି। ଗର୍ଭଗୃହ ଫଟୋକୁ ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀ ଭାଇରାଲ କରିଥିଲେ। ସେହିପରି ସମୁଦ୍ରକୂଳ ଥାନାର ଜଣେ ଅଧିକାରୀ ଶ୍ରୀମନ୍ଦିର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ନିକଟରେ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର