ପୁରୀରେ ପୁଲିସ ଏକକାଉଣ୍ଟର : ଗୁଳିକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗିରଫ, ଆହତ ଅବସ୍ଥାରେ ବଡ଼ ମେଡିକାଲ୍‌ରେ ଭର୍ତ୍ତି

ପୁରୀ: ପୁରୀ ସିଦ୍ଧ ମହାବୀର ମନ୍ଦିର ନିକଟରେ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ରଶ୍ମୀ ରଞ୍ଜନ ପଣ୍ଡାଙ୍କ ଠାବ ପୁଲିସ୍‌ ସୋମବାର ମଧ୍ୟରାତ୍ରରେ କରିଥିବା ଜାଣିବାକୁ ମିଳିଛି। ପୁଲିସ୍‌ ହାତରେ ଧରାପଡ଼ିବା ପରେ ରଶ୍ମୀ ରଞ୍ଜନ ପୁଲିସ୍‌ ଉପରକୁ ଗୁଳି ଚାଳନା କରିଥିଲେ। ପୁଲିସ୍‌ ବି ଅଭିଯୁକ୍ତ ରଶ୍ମୀ ରଞ୍ଜନଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲା। ପୁଲିସ୍‌ ବନ୍ଧୁକରୁ ଏକ ଗୁଳି ଯାଇ ବାଜିଥିଲା ରଶ୍ମୀ ରଞ୍ଜନଙ୍କ ଗୋଡ଼ରେ। ଗୋଡ଼ରେ ବାଜିବାରୁ ସେ ଆହତ ହୋଇ ପଡ଼ିଥିଲେ। ରଶ୍ମୀ ରଞ୍ଜନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୦୧୯ ନିର୍ବାଚନ ତାଲିକା ଘୋଷଣା ହେବାର ପରଦିନ ପୁରୀର ସିଦ୍ଧ ମହାବୀର ମନ୍ଦିର ନିକଟରେ ଥିବା ଏକ ଦୋକାନରେ ରାକେଶ ନାୟକ(୨୫) ନାମକ ଜଣେ ଯୁବକ ବସିଥିଲେ। ତାଙ୍କୁ ଅଚାନକ ୪ ଜଣ ଦୁର୍ବୃତ୍ତ ଆସି ଗୁଳି କରିଥିଲେ। ରାକେଶଙ୍କୁ ତାଙ୍କର ଜଣେ ସାଙ୍ଗ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଏହି ଘଟଣାର ତଦନ୍ତ କରିବା ପାଇଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର