ରଥ ଖଳା ହାଲ୍‌ଚାଲ୍‌ : ପଇ ପିନ୍ଧା ସହିତ ଅଖ ଅନୁକୂଳ

ପୁରୀ : ବାହାର ଚନ୍ଦନ ଅନ୍ତିମ ପର୍ଯ୍ୟାୟ ଭଉଁରୀ ତିଥିରେ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥର ଚକ ଡେରା ଅନୁକୂଳ ହେବ। ତିନି ରଥର ୬ଟି ଚକ ଡେରା ଅନୁକୂଳ ଭଉଁରୀରେ ସଂପନ୍ନ ହେବ। ରତ୍ନ ସିଂହାସନରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିବେ। ଏହା ରଥ ନିର୍ମାଣ ପର୍ବର ଏକ ଗୁରୁତ୍ଵପୂର୍ଣ ପର୍ଯ୍ୟାୟ। ଏଥିପାଇଁ ରଥଖଳାରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଚକ ଡେରା ଅନୁକୂଳ ପର୍ବରେ ଡେରା ହେବାକୁ ଥିବା ୬ଟି ରଥଚକରେ ଆଜି ପଇ ପିନ୍ଧାଯିବାର ପର୍ବ ଅନୁକୂଳ କରାଯାଇଛି। ଆଜି ମୋଟ ୬ଟି ଚକରେ ଅର ସହ ପଇ ଯୋଡ଼ିବା କାମ ଆରମ୍ଭ ହୋଇଛି। ସେପଟେ ଅଖ ବିନ୍ଧ ଖୋଳା ପାଇଁ ଆଜି ଏକ ସ୍ୱତନ୍ତ୍ର ମେସିନ୍‌ରେ ତୁମ୍ବ ଖୋଳା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର