‘ସମ୍ବାଦ’ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ‘ସମ୍ବାଦ’ ପକ୍ଷରୁ ଆଜି ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି | ଏ-୧ ଗ୍ରେଡ଼ ପାଇଥିବା ୨୭୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କୃତୀ ଛାତ୍ରଛାତ୍ରୀମାନଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ‘ସମ୍ବାଦ ଗ୍ରୁପ’ର ଚେୟାରମ୍ୟାନ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କ୍ରୀଡା ସଚିବ ବିଶାଳ ଦେବ ଓ ଚଳିତ ବର୍ଷର ଓଡ଼ିଶା ଆଇଏଏସ ଟପ୍ପର ଉପାସନା ମହାପାତ୍ର ଯୋଗ ଦେଇଥିଲେ |

ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ,ସିଜିଏମ ନ୍ୟୁଜ ଅରବିନ୍ଦ ଦାସ, ଡିଜିଏମ୍ ନ୍ୟୁଜ ଭବାନୀ ଶଙ୍କର ତ୍ରିପାଠୀ  ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୧୪୪ ଜଣ , ପୁରୀର ୮୦ ଜଣ ଓ ନୟାଗଡ଼ର ୫୨ ଜଣ ମେଧାବୀ ଯୋଗ ଦେଇଥିଲେ | ମେଧାବୀ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ |

ସମ୍ବନ୍ଧିତ ଖବର