କାଳବୈଶାଖୀର ତାଣ୍ଡବ: ଡେଲାଙ୍ଗ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି, ଭାଙ୍ଗିଲା ଇଲେକ୍ଟ୍ର ଖୁଣ୍ଟ ଓ କ୍ୟାବିନ୍‌

ଉପୁଡ଼ି ଗଲା ଶତାଧିକ ଗଛ

ଡେଲାଙ୍ଗା: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖାଯାଇଛି। ଅପରାହ୍ନ ୨ଟା ୪୫ରୁ ୩ଟା ୩୦ ପର୍ଯ୍ୟନ୍ତ ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ କାଳବୈଶାଖୀର ଭୟଙ୍କର ରୂପ ଦେଖାଯାଇଛି। ଅଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭାଙ୍ଗି ଚୁରମାର ହୋଇ ଯାଇଥିଲା। ବଜାର ନିକଟରେ ଏକ ସବ୍‌ଷ୍ଟେସନ ଉପୁଡି ପଡ଼ିବାରୁ ଏଥିରେ ଲାଗିଥିବା ଟ୍ରାନ୍ସଫରମର ଭାଙ୍ଗି ଯାଇଛି। ଅନେକ ଲୋକଙ୍କର ଚାଳଘରର ଛପର ଉଡ଼ିଯାଇ ଥିବା ବେଳେ ଶହ ଶହ ଗଛ ଉପୁଡ଼ି ପଡ଼ିଛି।

 

ଷ୍ଟେସନ ବଜାର ଉପରେ ଥିବା କିଛି କ୍ୟାବିନ ଉପରେ ବଡ଼ ବଡ଼ ଗଛଗୁଡ଼ିକ ଢ଼ଳି ପଡ଼ିବାରୁ ତାହା ଭାଙ୍ଗି ଯାଇଛି। ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କୁଆପଥର ହେବା ପରେ ବର୍ଷା ହୋଇଛି। ବର୍ଷା ପରେ ସ୍ଥାନୀୟ ଅଞ୍ଚଳ ପୂରା ଥଣ୍ଡା ମାହୋଲ ଥିବା ବେଳେ ଧନ ସମ୍ପତ୍ତି ହରାଇଥିବା ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାସ୍ତା ଉପରେ ବଡ଼ ବଡ଼ ଗଛ ମାଡ଼ି ବସିଥିବାରୁ ଡେଲାଙ୍ଗ-ବ୍ରହ୍ମଗିରି ଓ ଡେଲାଙ୍ଗ-ଉଦୟପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର