ପୁରୀ ଜାହାନିଆ ପୀର ନିକଟ ସମୁଦ୍ରରେ ଛାତ୍ର ବୁଡ଼ିବା ଘଟଣା: ୩ ମୃତ

ପୁରୀ: ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରରେ ଛାତ୍ର ବୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରରେ ୬ ଜଣ ବୁଡ଼ି ଯାଇଥିଲେ। ମୃତକମାନେ ହେଲେ ଅମିତ ମହାନ୍ତି, ଅବିନାଶ ପ୍ରଧାନ ଏବଂ ଶୁଭସୌମ୍ୟ ସେନାପତି। ଉଦ୍ଧାର କରାଯାଇଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣ ଛାତ୍ର ଗୁରୁତର ଥିଲେ।

ସୂଚନା ରହିଛି ଯେ ରାଜଧାନୀ ଭୁବନେଶ୍ୱରରେ ଏକ ପ୍ରାଇଭେଟ କଲେଜରେ ଇଞ୍ଜିନିୟରିଂ ପଢୁଥିବା ଏହି ଛାତ୍ରମାନେ ପିକ୍‌ନିକ୍‌ କରିବାକୁ ଜାହାନିଆ ଯାଇଥିଲେ। ସେମାନେ ପିକ୍‌ନିକ୍‌ ସାଙ୍ଗକୁ ସମୁଦ୍ରରେ ବୁଡ଼ ଦେବାର ମଜ୍ଜା ନେବା ପାଇଁ ଚିନ୍ତା କରି ଗାଧୋଇବା ପାଇଁ ସାଥି ହୋଇ ବାହାରିଥିଲେ। ୫ ଜଣ ସମୁଦ୍ରରେ ଗାଧୋଉଥିବା ବେଳେ ଅଚାନକ ଏକ ଲହଡ଼ି ଆସି ସେମାନଙ୍କୁ ଭସାଇ ନେଇଥିଲା। ସେମାନେ ଚିତ୍କାର କରିବାରୁ ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସି ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ। ଉଦ୍ଧାର ହୋଇଥିବା ୩ ଜଣଙ୍କୁ ଏବେ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର