ମହିଳାଙ୍କୁ ଅସଦାଚରଣ: ଜଣେ ଗିରଫ

ପୁରୀ,: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଚମାର ସାହି ନିବାସୀ ବସନ୍ତ ବେହେରା ସେହି ଅଞ୍ଚଳରେ ଥିବା ଏକ ଡଷ୍ଟବିନ୍‌କୁ ନେଇ ଫିଙ୍ଗାଫୋପଡ଼ା କରିଥିଲା। ଏହାକୁ ସେହି ଅଞ୍ଚଳ ନିବାସୀ ଟିକିନା ବେହେରା ବାରଣ କରିବାରୁ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଅସଦାଚରଣ କରିଥିଲା। ତେଣୁ ଏନେଇ ଟିକିନା ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ବସନ୍ତ(୫୦)କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର