ଅଣ୍ଡା ଖୋଳପା ଭିତରେ ଲେଖା

ନକଲି ଅଣ୍ଡା ନେଇ ସନ୍ଦେହ

ପୁରୀ: କୁକୁଡ଼ା ଅଣ୍ଡା ଖୋଳପା ଛଡାଇବା ପରେ ସେଥିରେ ଇଂରାଜୀରେ କିଛି ଲେଖା ଥିବା ସ୍ଥାନୀୟ ବାସେଳି ସାହିରେ ଚର୍ଚାର ବିଷୟ ହୋଇଛି। ସାହିର ଚାନ୍ଦ ପରିବାରରେ ଏଭଳି ଅଭିଯୋଗ କରିବା ସହ ଅଣ୍ଡାଟି ଅସଲି କି ନକଲି ସେ ନେଇ ଆଶଙ୍କା ଉପୁଜିଛି। ଅଣ୍ଡାଟି ପ୍ଲାଷ୍ଟିକ ହୋଇଥାଏ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେବେ ଖୋଳପା ଭିତରେ ଥିବା ଅଣ୍ଡାରେ ଲେଖା ଅସମ୍ଭବ ମନେ ହେଉଥିଲେ ବି ଏହା କିନ୍ତୁ ଦେଖିବାକୁ ମିଳିଛି। ଆଖପାଖ ଲୋକ ମଧ୍ୟ ଏହାକୁ ଦେଖି ଅଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଚାନ୍ଦ ପରିବାର ରୋଷେଇ ପାଇଁ ଅଣ୍ଡା ଆଣିଥିଲେ। ପ୍ରେସର କୁକର୍‌ରେ ସିଝାଇବା ପରେ ଖୋଳପା ଛଡାଇଥିଲେ। ଖୋଳ ଛଡାଇବା ବେଳେ ଏଥିରେ ଏକ ଲେଖା ଥିବା ଦେଖିଥିଲେ। ତେବେ ଖୋଳପା ଭିତରେ କିଭଳି ଲେଖା ଆସିଲା ତାକୁ ଚକିତ ହୋଇଥିଲେ। ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ବଜାରକୁ ନକଲି ଅଣ୍ଡା ଆସୁଥିବା ସନ୍ଦେହରେ ଏହି ଅଣ୍ଡାକୁ ଯାଞ୍ଚ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର