ମହିଳାଙ୍କୁ ଆକ୍ରମଣ କରି ଗିରଫ

ପୁରୀ: ପାରିବାରିକ କଳହକୁ କେନ୍ଦ୍ର କରି ନିଜ ମା ଓ ଭାଉଜଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସଦର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ବରୁଡ଼ି ଗ୍ରାମର କାଳନ୍ଦୀ ପ୍ରଧାନଙ୍କ ପତ୍ନୀ ବୁଢ଼ିଆ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କ ଦିଅର ବଳିଆ ଓରଫ ବଳଭଦ୍ର ପ୍ରଧାନ(୩୦) ସର୍ବଦା ନିଶାଗ୍ରସ୍ତ ଅବସ୍ଥାରେ ଘରେ ସମସ୍ତଙ୍କୁ ମାରପିଟ୍‌ କରେ। ଗତକାଲି ସେ ଘରର ଆସବାବପତ୍ରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେଉଥିଲା। ଏହାକୁ ମା ଲତା ପ୍ରଧାନ ପ୍ରତିବାଦ କରିବାରୁ ବଳିଆ ତାଙ୍କୁ ଇଟାରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଲତା ଗୁରୁତର ଆହତ ହେବାରୁ ଭାଉଜ ବୁଢ଼ିଆ ପ୍ରତିବାଦ କରିବାରୁ ତାଙ୍କୁ ବଳିଆ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲା। ଏ ନେଇ ବୁଢ଼ିଆ ସଦର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ବଳିଆକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର