ପୁରୀ: ପ୍ରେମିକା ଘରେ ପ୍ରେମିକ ଲହୁଲୁହାଣ, ହସ୍ପିଟାଲରେ ଭର୍ତ୍ତି

ପୁରୀ: ପ୍ରେମିକା ଘରକୁ ଯାଇଥିବା ପ୍ରେମିକ ବୁଧବାର ଆକ୍ରମଣର ଶିକାର ହୋଇଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଚାରିନଳା ପତିତପାବନ ନଗର ନିବାସୀ ବଳରାମ ବେହେରାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବେହେରା(୨୨) ଆକ୍ରମଣର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ପୂର୍ଣ୍ଣଚନ୍ଦ୍ର ଆଜି ଅପରାହ୍ନରେ ନିଜ ପ୍ରେମିକାଙ୍କ ଘରକୁ ଯାଇଥଲେ। ସେଠାରେ ସେ ପ୍ରେମିକାଙ୍କ ଘରଲୋକଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପରେ ସେ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ ବିନା ଦୋଷରେ ଝିଅର ପରିବାର ଲୋକେ ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି।
ଅନ୍ୟପକ୍ଷରେ ପୁଲିସ କହିଛି, ପୂଣ୍ଣଚନ୍ଦ୍ର ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ପୂର୍ବରୁ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଜଣେ ଝିଅକୁ ପ୍ରେମକରି ଅଭିଯୋଗ ହେବା ପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିକଟରେ ସେ ଜେଲରୁ ଜାମିନରେ ଆସିଥିଲା।

ସମ୍ବନ୍ଧିତ ଖବର