କୋରାପୁଟ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦,୦୦୦ ଟଙ୍କା ଦେଲେ ସ୍ଥାନୀୟ ଘରୋଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ

ଜୟପୁର: ବାତ୍ୟା ‘ଫନି’ ପ୍ରଭାବିତ ଲୋକଙ୍କ ପାଇଁ କୋରାପୁଟ ଜିଲ୍ଲାର ଜୟପୁର ସହରର ଏକ ଘରୋଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦,୦୦୦ ଟଙ୍କା ଦାନ କରିଛନ୍ତି। ବିଶ୍ୱର୍କ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଇଂଜିନିୟର ରଙ୍ଗନାଥ ମିଶ୍ର ଏହି ଟଙ୍କା ଦାନ କରିଛନ୍ତି। ଦାନ ଟଙ୍କାକୁ ସେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କୁ ଦାନ କରିଛନ୍ତି।

ସେହିପରି ଅବିଭକ୍ତ କୋରାପୁଟ ସମାଚାର ଫେସ୍‌ବୁକ୍‌ ଗ୍ରୁପ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଗ୍ରୁପର ସଭ୍ୟମାନେ ବିଭିନ୍ନ ସୋସିଆଲ୍‌ ସାଇଟ୍‌ରେ ଯୋଡ଼ି ହୋଇ ଟଙ୍କା ସଂଗ୍ରହ କରିଛନ୍ତି।

ମୁରୁଲୀ ପଟ୍ଟନାୟକ, ରଶ୍ମୀ ସାଗର, ସୁଶାନ୍ତ ପଣ୍ଡା, ସ୍ୱର୍ଣ୍ଣଲତା ପଣ୍ଡା, କାର୍ତ୍ତିକ ରାଉତ, ଉମା ମହାରଣା, ନମିତା ପାତ୍ର, ରାମ ପାଣିଗ୍ରାହୀ ଶ୍ରୀକାନ୍ତ ଦାଶ, ସୁବାଶ ସାହୁ, ଜୟନ୍ତ ଦାଶ, ଡଲି ପାତ୍ର, ପବିତ୍ର ପାତ୍ର, ରଘୁନାଥ ବିଶ୍ୱାଳ, ଯୋଗେନ୍ଦ୍ର ସେନାପତି, ବି ରମେଶ, ଜୟନ୍ତ ସାନ୍ତରା, ଜ୍ୟୋତି ତ୍ରିପାଠୀ, ସୂର୍ଯ୍ୟ ମହାପାତ୍ର, ଟୁନା ପାତ୍ର ପ୍ରମୁଖ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଉଲ୍ଲେଖଯୋଗ୍ୟ ଉଦ୍ୟମ କରିଛନ୍ତି। ଏହି ଗ୍ରୁପର ସଦସ୍ୟମାନେ କେରଳ ବିପର୍ଯ୍ୟୟ ସମୟରେ ମଧ୍ୟ ୧,୧୧,୧୧୧ ଟଙ୍କା ଦାନ କରିଥିଲେ।

ସମ୍ବନ୍ଧିତ ଖବର