ବାଲେଶ୍ୱର: ଡକାୟତି ଉଦ୍ୟମ ପଣ୍ଡ ୪ ଗିରଫ, ୩ ଫେରାର

ବନ୍ଧୁକ, ଭୁଜାଲି ଓ ରଡ଼ ସହ ୫ ବାଇକ୍‌ ଜବତ

ବାଲେଶ୍ୱର: ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରୁଥିବା ବେଳେ ବାଲେଶ୍ୱର ଟାଉନ୍‌ ଥାନା ପୁଲିସ୍‌ ଚଢାଉ କରି ବିଭିନ୍ନ ମାରଣାସ୍ତ୍ର, ନିଶାଦ୍ରବ୍ୟ ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ବେଳେ ସେଠାରେ ଥିବା ଆଉ ୩ ଜଣ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ସେମାନଙ୍କର ୫ଟି ବାଇକ୍‌ ମଧ୍ୟ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।

ଗିରଫ ହୋଇଥିବା ଡକାୟତ ମାନେ ହେଲେ ଟାଉନ ଥାନା ଅଧୀନ ଆଜିମାବାଦର ପାରା ଓରଫ୍‌ ପାରାଞ୍ଜୟ ଦାସ(୧୯), ଚାନ୍ଦିପୁର ଥାନା ଅଧୀନ ଦେୱାନସାହିର ବାବୁଛୁଆ ଓରଫ୍‌ ସୁରେଶ ଜେନା(୨୫), ଜୟନଗରର ଜ୍ୟୋତି ଓରଫ୍‌ ଜ୍ୟୋତିରଂଜନ ଓ ବସ୍ତା ଥାନା ଅଧୀନ ଛାନୁଆ ଅଞ୍ଚଳର ମୁନା ଓରଫ୍‌ ମନୋଜ କୁମାର ଦାସ(୧୯)।

ଗତକାଲି ରାତି ପ୍ରାୟ ୧ଟା ୪୦ରେ ଟାଉନ ଥାନା ପୁଲିସ ବାରବାଟୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ବାଲିଘାଟ ସ୍ଥିତ ଶିବ ମନ୍ଦିର ପଛପଟେ କିଛି ଯୁବକ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ସୂଚନା ପାଇଥିଲେ। ଏହାପରେ ପାଟ୍ରୋଲିଂ ଟିମ୍‌ ସେଠାରେ ଚଉ କରିବା ସମୟରେ ୩ ଜଣ ଯୁବକ ଖସି ପଳାଇଥିବା ବେଳେ ପୁଲିସ ୪ ଜଣଙ୍କୁ ଧରିବାରେ ସଫଳ ହୋଇଥିଲାଯ ସେମାନଙ୍କ ଠାରୁ ଗୋଟିଏ ଜାପାନ୍‌ ମେଡ୍‌ ବନ୍ଧୁକ(କେଏଫ୍‌ ୭.୪ଏମ୍‌ଏମ୍‌) ଓ ଗୋଟିଏ ସିଙ୍ଗଲ ସଟ ଦେଶୀ ବନ୍ଧୁକ(କେଏଫ୍‌ ୮ଏମ୍‌ଏମ୍‌), ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, କିଛି ରଡ଼, ୩ଟି ମୋବାଇଲ, ମଦ, ସିଗାରେଟ୍‌ ଆଦି ଜବତ କରାଯାଇଥିଲା। ଏହାଛଡ଼ା ଘଟଣାସ୍ଥଳରୁ ସେମାନଙ୍କର ୫ଟି ବାଇକ୍‌ ଜବତ ମଧ୍ୟ ଜବତ କରାଯାଇଥିଲା।

ଜବତ ହୋଇଥିବା ବାଇକ୍‌ ଗୁଡ଼ିକ ହେଉଛି, ଓଆର-୦୧କେ-୧୯୪୪ ନମ୍ବରର ଟିଭିଏସ୍‌ ଷ୍ଟାର ସ୍ପୋର୍ଟସ, ଓଆର-୦୧ଏଲ-୩୫୩୭ ନମ୍ବରର ପଲସର-୧୮୦, ଓଆର-୦୧ପି-୦୦୭୯ ନମ୍ବରର ହୋଣ୍ଡା ୟୁନିକର୍ନ ଓ ନମ୍ବର ନଥିବା ୟାମ୍‌ହା ଏଫେଜଡ୍‌ଏସ ଏକ ବାଇକ୍‌ ଜବତ କରାଯାଇଛିଯ ଆଜି ଏନେଇ ଟାଉନ୍‌ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ତପନ କୁମାର ପଣ୍ଡା, ଡିଏସ୍ପି ଉମେଶ କୁମାର ପଣ୍ଡା ଓ ଟାଉନ୍‌ ଥାନା ଆଇଆଇସି ସରୋଜିନୀ ନାୟକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର