କନ୍ଧମାଳ: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୧୫ ବର୍ଷର ସଶ୍ରମ କାରାଦଣ୍ଡ

କନ୍ଧମାଳ: ନିଜ ସମ୍ପର୍କୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କନ୍ଧମାଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ପୋକ୍‌ସୋ କୋର୍ଟ ଜଜ୍‌ ସୁଶାନ୍ତ କୁମାର ପଟେଲ ଅଭିଯୁକ୍ତ ପୂର୍ଣ୍ଣଜୀବିତ ଦିଗାଲଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆହୁରି ୨୭ ମାସ ସଶ୍ରମ କାରାଦଣ୍ଡରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡ଼ା ଗାଁର ପୂର୍ଣ୍ଣଜୀବିତ ଦିଗାଲ ତାଙ୍କ ସମ୍ପର୍କୀୟା ଝିଆରି ତଥା ୧୪ ବର୍ଷୀୟା ନାବାଳିକାଙ୍କୁ ଗତ ୨୦୧୫ ମସିହା ଏପ୍ରିଲ ୪ ତାରିଖ ଦିନ ଦୁଷ୍କର୍ମ କରିଥିଲେ। ଏ ନେଇ ସମ୍ପୃକ୍ତ ନାବାଳିକାଙ୍କ ବାପା ଶ୍ରୀ ଦିଗାଲଙ୍କ ନାମରେ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥଲେ। ଏ ନେଇ ଦଫା ୩୭୬ ସହିତ ପୋକ୍‌ସୋ ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଶ୍ରୀ ଦିଗାଲଙ୍କୁ ଗିରଫ କରାଯାଇଥିିଲା। ଆଜି ମାନ୍ୟବର କୋର୍ଟ ଶ୍ରୀ ଦିଗାଲଙ୍କୁ ୧୫ ବର୍ଷର ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏତଦ୍‌ବ୍ୟତୀତ ୨୦ ହଜାର ଟଙ୍କା ଜରିମାନାରେ ମଧ୍ୟ ଶ୍ରୀ ଦିଗାଲଙ୍କୁ ଦଣ୍ଡିିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅସୀମ ପ୍ରହରାଜ ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର