ବଲାଙ୍ଗୀର/ଟିଟିଲାଗଡ଼: ଦୁଷ୍କର୍ମ ପରେ ଉଲଗ୍ନ ଯୁବତୀଙ୍କୁ ଗଛରେ ବାନ୍ଧି ଛାତିିରେ ଛୁରି ଭୁସିି ହତ୍ୟା

ବଲାଙ୍ଗୀର/ଟିଟିଲାଗଡ଼: ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ମୁରିବାହାଲ ରାସ୍ତାର ସାତବହନି ଗ୍ରାମ ନିକଟରେ ଗଛରେ ବନ୍ଧା ଯାଇଥିବା ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଉଲଗ୍ନ ମୃତଦେହ ପୁଲିସ ଜବତ କରିଛି। ପାରିପାର୍ଶ୍ୱିକ ଅବସ୍ଥାରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅତି ବୀଭତ୍ସ ଭାବେ ତାଙ୍କ ଛାତିରେ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟା କରିବା ପୂର୍ବରୁ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଏକ ଗଛରେ ଉଲଗ୍ନ କରି ବାନ୍ଧିି ଦେଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ୩ ଜଣ ଯୁବତୀଙ୍କୁ ସମାନ ଭାବେ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲେ ମଧ୍ୟ ପୁଲିସ କୌଣସି ଗୋଟିଏ ମାମଲାରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇ ପାରି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସାତବହନି ଗାଁ ନିକଟସ୍ଥ ଜଙ୍ଗଲରେ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହ ଏକ ଗଛରେ ବନ୍ଧା ଯାଇଥିବା ଅବସ୍ଥାରେ ରହିଥିବା ନେଇ କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ। ଏ କଥା ପ୍ରଚାର ହୋଇଯିବା ପରେ ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ବୟସ ଆନୁମାନିକ ୩୦ ବର୍ଷ ଭିତରେ ହେବ। ତାଙ୍କ ଶରୀରରେ କୌଣସି କପଡ଼ା ନ ଥିବା ବେଳେ ତାଙ୍କୁ ବସିଥିବା ଅବସ୍ଥାରେ ଗୋଟିଏ ଗଛରେ ବାନ୍ଧିି ଦିଆଯାଇଛି। ପାରିପର୍ଶ୍ୱିକ ଅବସ୍ଥାରୁ ପୁଲିସ ସନ୍ଦେହ କରୁଛି ଯେ ଯୁବତୀଙ୍କୁ ଏକାଧିକ ଲୋକ ଜୋର ଜବରଦସ୍ତ ଆଣି ସେଠାରେ ଦୁଷ୍କର୍ମ କରିଛନ୍ତି। ପରେ ଯୁବତୀଙ୍କୁ ଏକ ଗଛରେ ବାନ୍ଧି ଦେଇ ତାଙ୍କୁ ଛୁରି ଭୁସି ହତ୍ୟା କରି ଫରାର ହୋଇ ଯାଇଛନ୍ତି। ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ।

ସୂଚନାଯୋଗ୍ୟ ଯେ ଟିଟିଲାଗଡ଼ ଅଞ୍ଚଳରେ ଗତ ୨ ବର୍ଷ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା, ଯେଉଁଠାରେ ଅଜଣା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ପ୍ରାୟ ଦେଢ଼ ବର୍ଷ ତଳେ ବରଗାଁ ନଦୀ ପଠାରୁ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହ ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ମାତ୍ର ଏହି ଅପରାଧରେ ପୁଲିସ କାହାରିକୁ ବର୍ତ୍ତମାନ ସୁଦ୍ଧା ଧରିପାରି ନାହିାଁ। ସେହିପରି ପ୍ରାୟ ୯ ମାସ ତଳେ ମୁରିବାହାଲର ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। ଏ ପର୍ଯ୍ୟନ୍ତ ପୁଲିସ ସେହି ଘଟଣାରେ ମଧ୍ୟ ପୁଲିସ କାହାରକୁ ଗିରଫ କରି ପାରି ନାହିଁ।

ସମ୍ବନ୍ଧିତ ଖବର