ଚଳନ୍ତା କାର୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଥାନାରେ ଅଟକ

ଭବାନୀପାଟଣା: ଚଳନ୍ତା କାର୍‌ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଚଳିତ ମାସ ୫ ତାରିଖରେ ଏହି ଘଟଣା ଘଟିଛି। ଯୁବତୀ ଜଣକ ଭବାନୀପାଟଣାରୁ ଜୟପାଟଣା ଯାଉଥିଲେ। ଏହି ସମୟରେ କାର୍‌ରେ ଯାଉଥିବା ଜଣେ ଯୁବକ ଯୁବତୀଙ୍କୁ ଲିଫ୍‌ଟ ଦେଇଥିଲା। କାରଟି କିଛି ବାଟ ଯିବା ପରେ ଯୁବକ ଜଣକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ନେଇ ଜୟପାଟଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଜୟପାଟଣା ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର