ସାଲେପୁର: ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ୬ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଥିବା ରବିବାର ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଏହି ୬ବର୍ଷର ଶିଶୁ କନ୍ୟାକୁ ସ୍କୁଲ ପିଣ୍ଡାରୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ୬ବର୍ଷର ଦୁଷ୍କର୍ମ ପୀଡ଼ିତାକୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ପୀଡିତା ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସାଲେପୁର ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିଛି। । ଘଟଣା ପ୍ରତିବାଦରେ ଲୋକେ ରାସ୍ତାରୋକ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ରବିବାର ଦିନ କେନ୍ଦ୍ରାପଡ଼ା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ଏବଂ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା। ମାର୍ଶାଘାଇ ଥାନା ଅଞ୍ଚଳର ଟିଖିରି ଗ୍ରାମରେ ଏପ୍ରିଲ୍‌
୨୦ ତାରିଖ ଦିନ ସକାଳେ ବାଳିକାଟି ସ୍କୁଲ୍‌ ଯିବାକୁ ବାହାରି ଥିବା ବେଳେ ତିନି ଜଣ ବ୍ୟକ୍ତି ତାକୁ ଏକ ଆଢୁଆଳ ସ୍ଥାନକୁ ଡାକି ନେଇ ତା’ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର