ସମ୍ବଲପୁର: ୫ବର୍ଷର ନାବାଳିକା ୧୫ବର୍ଷର ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଲା ଗ୍ରାମରେ ମଙ୍ଗଳବାର ପୁଣି ଏକ ଦୁଷ୍କର୍ମ ମାମଲା ରାଜ୍ୟକୁ ଦୋହଲାଇ ଦେଇଛି। କିଛିଦିନ ତଳେ ସାଲେପୁରରେ ୬ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇ ବାରଣ୍ଡାରେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିଲା। ସେଠାରୁ ତାକୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାର ସ୍ୱସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଅନୁଧ୍ୟାନ କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଦଳ । ତେବେ ସମ୍ବଲପୁରରେ ପୁଣି ଏକ ଶିଶୁକନ୍ୟା ଦୁଷ୍କର୍ମ ଘଟଣା ରାଜ୍ୟକୁ ଦୋହଲାଇ ଦେଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସମ୍ବଲପୁର ଗୋଶାଲାଗ୍ରାମରେ ୫ବର୍ଷର ଝିଅ ଘର ବାହାରେ ଖେଳୁ ଥିବା ସମୟରେ ସେହି ଗ୍ରାମର ଜଣେ ୧୫ବର୍ଷର ନାବାଳକ ଶିଶୁକୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲା। ସେଠାରେ ଶିଶୁ ସହ ଦୁଷ୍କର୍ମ କରିଥିଲା। ତେବେ ଝିଅ ଅନେକ ସମୟ ଧରି ଘରକୁ ଫେରି ନ ଥିବାରୁ ତାର ବାପାମାଆ ଖୋଜାଖୋଜି କରି ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନରୁ ଝିଅକୁ ଗୁରୁତର ଅବସ୍ଥାରେ ପାଇଥିଲେ। ଡାକ୍ତର ପାଖକୁ ନେବା ଶିଶୁଟି ସହିତ ଦୁଷ୍କର୍ମ ହୋଇଛି ବୋଲି ସୂଚନା ପାଇଥିଲେ। ଏହାପରେ ବୁର୍ଲା ଥାନାରେ ଅଭିଯୋଗ ଦେବା ପୁଲିସ ପୁଲିସ ଦୁଷ୍କର୍ମକାରୀ ୧୫ବର୍ଷର ନାବାଳକକୁ ଧରି ଜୁଭେନାଲ ଜଷ୍ଟିସ୍‌ କୋର୍ଟରେ ହାଜର କରାଇଛି।

ତେବେ ରାଜ୍ୟରେ ବଢୁଥିବା ଦୁଷ୍କର୍ମ ମାମଲାକୁ ନେଇ ଗତ ଶୁକ୍ରବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ବିରୋଧୀ ସଦସ୍ୟମାନେ ଏହାକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନେରେ ଆୟୋଜିତ କ୍ୟାବିନେଟ ବୈଠକରେ ୧୨ବର୍ଷରୁ କମ୍‌ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ମିଳିବ ବୋଲି ନିଷ୍ପତ୍ତି ନେଇଛନ୍ତି। କାଠୁଆ, ସୁରାଟ, ଇନ୍ଦୋର, ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପି କଡା ପ୍ରତିକ୍ରିୟା ପ୍ରକାଶ ପାଇବା ଥିଲା। ତେବେ ସରକାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସରକାର ପୋକ୍ସୋ ଓ ଶିଶୁ ଯୌନଶୋଷଣ ନିରାକରଣ ଆଇନରେ ସଂଶୋଧନ ପାଇଁ ଆଧ୍ୟାଦେଶ ଜାରି କରିଛନ୍ତି। ସରକାରଙ୍କ ଦ୍ୱାରା ଅଧ୍ୟାଦେଶ ଜାରି ହେବା ପରେ ଏଭଳି ଦୁଷ୍କର୍ମ ମାମଲା କଡ଼ା ସମାଲୋଚନାର ବିଷୟ ପାଲଟିି ଯାଇଛି।

ସମ୍ବନ୍ଧିତ ଖବର