ରାୟଗଡ଼ା: ଗତମାସରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ନିକଟସ୍ଥ ରେକୋମେଣ୍ଡ ଗାରମେଣ୍ଟ ଦୋକାନ ମାଲିକ ମୋହିତ ଆଶାରାନୀକୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣାରେ ରାୟଗଡ଼ା ପୁଲିସକୁ ଆଉ ଏକ ସଫଳତା ମିଳିଛି। ରାୟଗଡ଼ା ପୁଲିସର ଏକ ଟିମ୍ ନୂଆଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ରାଣାକୁ ଗିରଫ କରିଛି । ଗିରଫ ପ୍ରଭାତ ରାଣା ଓରଫ ମାନସି˚ଙ୍କୁ ଆଜି କୋର୍ଟରେ ହାଜର କରିବା ପରେ ଜାମିନ ନାମ˚ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ପୁଲିସ ପୂର୍ବରୁ ବିଶାଖାପାଟଣାରୁ ଜଣକୁ ଗିରଫ କରିଥିଲା। ସାମାଜିକ ଗଣମାଧୢମରେ ଏକ ପ୍ରେମ ନିବେଦନକୁ କେନ୍ଦ୍ର କରି ଉଭୟଙ୍କ ମଧୢରେ ବଚସା ହେବା ପରେ ଗୁଳିକାଣ୍ଡର ସୂତ୍ରପାତ ହୋଇଥିଲା । ଘଟଣା ସ˚ପର୍କରେ ଏସଡ଼ିପିଓ ରାଜ କିଶୋର ଦାଶ କହିଛନ୍ତି ଯେ ଗାଜିଆବାଦେର ଅଭିଯୁକ୍ତ ପ୍ରଭାତ ରାଣା ସାମାଜିକ ଗଣ ମାଧୢମରେ ମୋହିତଙ୍କ ସ˚ପର୍କୀୟଙ୍କ ସହ ସାଙ୍ଗ ହୋଇ ଚାଟି˚ କରୁଥିଲେ। ଉକ୍ତ ଚାଟି˚ ମାଧୢମରେ ଉଭୟଙ୍କ ସଂପର୍କ ନିକଟତର ହେବାରୁ ପ୍ରଭାତ ପ୍ରେମ ନିବେଦନ କରି ବାହା ହେବାକୁ ପ୍ରସ୍ତାବ ଦେଇଥିଲେ। ବାରମ୍ବାର ମେସଜ ପଠାଇବା ସହ ଫୋନ କରୁଥିଲେ। ଏଥିନେଇ ସ˚ପର୍କୀୟା ଜଣକ ମୋହିତକୁ ଜଣାଇବାରୁ ପ୍ରଭାତକୁ ଆଉ ସ˚ପର୍କ ନ ରଖିବାକୁ ଅନୁରୋଧ କରିଥିଲେ। ବାରଣ ସତ୍ବେ ପ୍ରଭାତ ମେସଜ ପଠାଇବା ସହ ଫୋନରେ ଚେତାବନୀ ଦେବାରୁ ଉଭୟଙ୍କ ମଧୢରେ ବଚସା ହୋଇଥିଲା। ଏହାପରେ ମୋହିତକୁ ହତ୍ୟା କରିବାକୁ ଯୋଜନା କରି ଗତ ୧୭ ତାରିଖରେ ସମତା ଏକ୍ସପ୍ରେସରେ ଅଭିଯୁକ୍ତ ପ୍ରଭାତ ଓ ମାନସି˚ ରାୟଗଡ଼ାରେ ପହଞ୍ଚି ରାତିରେ ମୋହିତଙ୍କ ଦୋକାନ ଉପରକୁ ଗୁଳି ଚଳାଇଥିଲେ । ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ତଦନ୍ତ କରିବା ସହ ଦୁଇ ପୁଲିସ ଅଧିକାରୀ ରାଜ କିଶୋର ବେହେରା ଏବ˚ ରଶ୍ମି ର˚ଜନ ଦାଶଙ୍କ ନେତୃତ୍ବରେ ଟିମ୍ ଗଠନ କରାଯାଇ ନୂଆଦିଲ୍ଲୀରୁ ଅଭିଯୁକ୍ତ ପ୍ରଭାତକୁ କାବୁ କରିଥିଲା । ଉଭୟଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ ୨୦ରୁ ଉର୍ଧ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି । ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ଼ିଏସପି ସତ୍ୟ ବିକାଶ ଭୂୟାଁ, ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭାତ୍ରା ପ୍ରମୁଖ ଉପସ୍ଥିତ ଥିଲେ।
ଦୋକାନ ଉପରକୁ ଗୁଳି ମାଡ଼ ଘଟଣା :ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/12/raygda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)