ନାଗାବଳୀରେ ଭାସିଗଲେ ଛାତ୍ର

ରାୟଗଡ଼ା,:  ପୂର୍ବାହ୍ନରେ ଝୁଲା ପୋଲ ନିକଟ ନାଗାବଳୀ ନଦୀକୁ ସ୍ନାନ କରିବାକୁ ଯାଇଥିବା ସ୍ଥାନୀୟ ଠକ୍କରବାପା ଆଶ୍ରମର ଷଷ୍ଠ ଶ୍ରେଣୀ ଛାତ୍ର ଲକ୍ଷ୍ମଣ ନାୟକ(୧୧) ନିଖୋଜ ହୋଇଯାଇଥିବା ବେଳେ ଆଉ ଜଣେ ଛାତ୍ର ଆକାଶ ଡ଼ଙ୍ଗରିଆ ବର୍ତ୍ତିଯାଇଥିବା ଜଣାପଡ଼ିଛି। ବାପୁନି ନାୟକ ନାମକ ଛାତ୍ର ନଦୀରେ ଦୁଇ ଜଣ ଭାସିଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧୢ ଆକାଶକୁ ଉଦ୍ଧାର କରିପାରିଥିବା ବେଳେ ଲକ୍ଷ୍ମଣ ଭାସିଯାଇ ନିଖୋଜ ହୋଇଯାଇଥିଲା। ଖବର ପାଇ ଆନ୍ଦୋଳନରେ ଥିବା ଅଗ୍ନିସେବା ଦଳ ଘଟଣାସ୍ଥଳରେ ପହଞ୍ଚି ନାଗାବଳୀ ନଦୀରେ ବହୁ ଖୋଜାଖୋଜି ପରେ ମଧୢ ଲକ୍ଷ୍ମଣଙ୍କ ସ˚ପର୍କରେ କୌଣସି ପତ୍ତା ମିଳିପାରିନଥିଲା।
ଖବର ନେବାରେ ଜଣାପଡ଼ିଛିଯେ ସ୍ଥାନୀୟ ଠକ୍କରବାପା ଆଶ୍ରମରେ ରହି ଜିସିଡ଼ି ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ଅଧୢୟନ କରୁଥିବା ୧୨ ଜଣ ଛାତ୍ର ଚେକାଗୁଡ଼ା ନିକଟସ୍ଥ ଝୁଲା ପୋଲ ନିକଟ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ୨ ଜଣ ଛାତ୍ର ଭାସିଯିବା ବେଳେ ବାପୁନି ଜଣକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ଅଗ୍ନିଶମ ଅଧିକାରୀ କବିନ୍ଦ୍ର ସୁନାନୀ ଖବର ପାଇ ଅଗ୍ନିସେବା ଦଳକୁ ନେଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଅନ୍ୟ ଛାତ୍ରଙ୍କୁ ପୁଲିସ ଜିମା ଦେଇଥିଲେ। ମୃତ ଲକ୍ଷ୍ମଣ କାଶୀପୁର ବ୍ଲକ ଗୁଗୁପୁଟ ଗ୍ରାମର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟଯେ ଏସଓସି ପରୀକ୍ଷା ପାଇଁ ଜିସିଡ଼ି ହାଇସ୍କୁଲ ଦୁଇ ଦିନ ହେଲା ଛୁଟି ରହିଛି।ଏହାର ସୁଯୋଗ ନେଇ ପିଲାମାନେ ଖାଇସାରିବା ପରେ ଆଶ୍ରମରୁ ନାଗବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ପିଲାମାନେ ନାଗାବଳୀ ନଦୀକୁ ଯିବା ସ˚ପର୍କରେ ଆଶ୍ରମ ସୁପରିଟେଣ୍ଡେଣ୍ଟ ଜାଣିନଥିବା କହିଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବହିଦାର କହିଛନ୍ତି। ଅପର ପକ୍ଷରେ ଝୁଲା ସେତୁ ନିକଟ ନଦୀରେ ବର୍ତମାନ ସୁଦ୍ଧା ଭାସିଯାଇ ପ୍ରାଣ ହରାଇଥିବା ସ˚ଖ୍ୟା ୨୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର