ହନୁମାନ ପଇସା ଠକେଇ ମାମଲା: ପୁଲିସ ଏସ୍‌ଆଇଙ୍କ ସହ ୪ ଗିରଫ

ମାଷ୍ଟର ମାଇଣ୍ଡ ଫେରାର

ରାୟଗଡ଼ା: ପୁଲିସ ଖାକିରେ କଳା ଦାଗ । ବହୁମୂଲ୍ୟର ତମ୍ବା ହନୁମାନ ପଇସା ଦେବା ନିମନ୍ତେ ଜଣେ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ୪୫ ହଜାର ଟଙ୍କା ଠକେଇ କରିବା ଘଟଣାରେ ରାୟଗଡ଼ା ପୁଲିସ ଜଣେ ପୁଲିସ ସବ ଇନ୍‌ସପେକ୍ଟର ରୋହିତ ମଲ୍ଲିକଙ୍କ ସମେତ ୪ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲଣ କରିଛିା ପୁଲିସ ଏସଆଇ ମଲ୍ଲିକଙ୍କ ସମେତ ଅନ୍ୟ ତିନି ଅଭିଯୁକ୍ତ ନ୍ୟୁ କୋଲେନିର ଟି ଉମା, ଇନ୍ଦିରା ନଗରର ଆର ପ୍ରସାଦ ରାଓ, କଲ୍ୟାଣସିଂହପୁରର ଧନେଶ୍ୱର ବାଗ୍‌ଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଜାମିନ ନାମଂଜୁର ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛିା ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା କଲ୍ୟାଣସିଂହପୁରର ଅଜିତ ଭାତ୍ରା ଫେରାର ଥିବା ଜଣାପଡ଼ିଛି। ହନୁମାନ ପଇସା ମାମଲାରେ ତଦନ୍ତ କରୁଥିବା ଏଏସପି ଅଶୋକ କୁମାର ସାହୁଙ୍କ ସୂଚନା ଅନୁଯାୟୀ ଗତ ଜାନୁଆରୀ

ପ୍ରଥମ ସପ୍ତାହରେ ବିଶାଖାପାଟଣାର ଜଣେ ବ୍ୟବସାୟୀ ଏସ . ରାମା ରାଜୁଙ୍କୁ ୧୮୧୮ ମସିହାର ହନୁମାନ ପଇସା ଦେବା ନିମନ୍ତେ ୧୦ ଲକ୍ଷ ଟଙ୍କା ଡ଼ିଲ କରି ପ୍ରଥମେ ୧ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ଏଥିରେ ଭୁବନେଶ୍ୱରର ସ୍ପେସିଆଲ ବ୍ରାଞ୍ଚର ସବ ଇନ୍‌ସପେକ୍ଟର ଭାବେ କାମ କରୁଥିବା ରୋହିତ ମଲ୍ଲିକ ରାୟଗଡ଼ାର ଉମା ପ୍ରସାଦ ଏବଂ କଲ୍ୟାଣ୍‌ସିଂପୁରର ଧନେଶ୍ୱର ଓ ଅଜିତ ଭାତ୍ରାଙ୍କୁ ସହଯୋଗ କରୁଥିଲେ। ବ୍ୟବସାୟୀଙ୍କ ଠାରୁ ୪ଟି ପର୍ଯ୍ୟାୟରେ ମୋଟ ୫ ଲକ୍ଷ ୪୫ ହଜାର ଅଗ୍ରୀମ ଟଙ୍କା ନେବାର ତିନି ମାସ ବିତିଯାଇଥିଲେ ମଧ୍ୟ ହନୁମାନ ପଇସା ଦେବା ନେଇ ବିଳମ୍ବ କରିବା ସହ ଓଲଟି ଧମକ ଚମକ ଦେଉଥିଲୋ ଶେଷରେ କୈାଣସି ଉପାୟ ନପାଇ ବ୍ୟବସାୟୀ ଜଣକ ରାୟଗଡ଼ା ଥାନାରେ ଗତ ଏପ୍ରିଲ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରିବା ସହ ସଂପୃକ୍ତ ସବ ଇନିସପେକ୍ଟର ସମେତ ୪ ଅଭିଯୁକ୍ତଙ୍କୁ ଆଣି ପଚାର ଉଚରା କରିବା ପରେ ଆଜି ଗିରଫ କରାଯାଇଥିବା ଜଣାଯାଇଛିା ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଅଜିତ ଭାତ୍ରାକୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି ତଦନ୍ତକାରୀ ଏଏସପି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏହି ମାମଲରେ ସଂପୃକ୍ତ ଥିବା ସବ ଇନିସପେକ୍ଟରଙ୍କ ଘରେ ପୁଲିସ ଚଢ଼ାଉ କରି ଛାନଭିନ୍‌ ଆରମ୍ଭ କରିଛିା ପ୍ରକାଶ ଥାଉକି ଗିରଫ ସବ୍‌ ଇନିସପେକ୍ଟର ମଲ୍ଲିକ ଏଥି ପୂର୍ବରୁ ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ କାମ କରିଥିଲେ।

ସମ୍ବନ୍ଧିତ ଖବର