ମକୁନ୍ଦପୁର: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝରଡ଼ି ପଞ୍ଚାୟତ ଅନ୍ତର୍ଗତ ଟି.ସିକାବାଡ଼ି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ବର୍ଷର ଶିଶୁ ପବିତ୍ର ବିଡ଼ିକାର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସିକାବାଡ଼ି ଗ୍ରାମର ଗୋପାଳ ବିଡ଼ିକାଙ୍କ ପୁଅ ପବିତ୍ର ଗାଁର ଅନ୍ୟ ପିଲାଙ୍କ ସହ ଖେଳୁଥିବା ସମୟରେ ପଡୋଶୀ ଘରର ଏର୍ଥିଂ ତାରକୁ ଧରି ପକାଇଥିଲା। ସେହି ସମୟରେ ତାର ବିଦ୍ୟୁତ ପ୍ରବାହିତ ହେଉଥିଲା। ଯାହାଫଳରେ ତାର ମୃତ୍ୟୁ ହୋଇଥିଲା। ଖବର ପାଇ କୋଲନରା ସାଉଥକୋ କନିଷ୍ଠ ଯନ୍ତ୍ରୀ ସମ୍ବିତ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଏର୍ଥିଂ ତାରକୁ କେମିତି ବିଦ୍ୟୁତ ପ୍ରବାହିତ ହେଉଥିବା ନେଇ ଯାଞ୍ଚ କରିବା ପରେ ବନ୍ଦ କରିଥିଲେ। ୪ବର୍ଷର ଶିଶୁର ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାର ଲୋକ ଭାଂଗି ପଡ଼ିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ ଗ୍ରାହକ ଘରକୁ ବିଦ୍ୟୁତ ସଂଯୋଗ ନେବା ସମୟରେ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ନିଜ ଆଡ଼ୁ ଏର୍ଥିଂ ବ୍ୟବସ୍ଥା କରିବାର ନିୟମ ରହିଛି। ତେବେ କିଛି ବର୍ଷ ହେଲା ଏର୍ଥିଂ ସଂଯୋଗ ଆଉ କର୍ତ୍ତୃପକ୍ଷ ନକରି ଉପଭୋକ୍ତାଙ୍କ ଉପରେ ଛାଡ଼ି ଦେଉଥିବାରୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି।
ବିଦ୍ୟୁତ ତାର ଲାଗି ୪ବର୍ଷର ଶିଶୁ ମୃତ
/sambad/media/post_attachments/wp-content/uploads/2018/08/raygda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)