ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଦୁର୍ଗୀ ଅଞ୍ଚଳରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ରବିବାର ୫ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଜଣେ ଗୁରୁତର ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଦୁର୍ଗୀ ଗାଁରେ ଏକ ନବନିର୍ମିତ ପାଇଖାନା ଟାଙ୍କିକୁ ଜଣେ ମହିଳା ଶ୍ରମିକ ଯାଇଥିଲେ। ସେ ବାହାରି ନପାରିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ବୈରାଗି ଉଲାକା ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ । ଉଭୟ ନ ବାହାରି ପାରିବା ଯୋଗୁଁ ପୁଣି ଥରେ ଜଣେ ମିସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନଫେରିବାରୁ ଆଉ ୩ଜଣ ଯୁବକ ଟାଙ୍କି ଭିତରକୁ ଯାଇଥିଲେ । ସେଠାରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଚକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଲିଯାଇଛି ।

ସମ୍ବନ୍ଧିତ ଖବର