୫୦ ଲିଟର ମହୁଲି ମଦ ସହ ୩ ବାଇକ୍ ଜବତ, ୬ ଗିରଫ

ରାୟଗଡ଼ା : କୁଡ଼ାପାଡ଼ୁ ଗ୍ରାମ ଅଞ୍ଚଳରେ ବେଆଇନ ରନ୍ଧା ମହୁଲି ମଦ ରାୟଗଡ଼ା ସହରକୁ ଚୋରା ଚାଲାଣ ବେଳେ ଅବକାରୀ ମୋବାଇଲ ସ୍କ୍ବାର୍ଡ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ଏହି ଘଟଣାରେ ଲିପ୍ତ ୬ ଜଣ ଅଭିଯୁକ୍ତଙ୍କୁ ଅବକାରୀ କର୍ତ୍ତୃପକ୍ଷ ଗିରଫ କରି ୫୦ ଲିଟର ମହୁଲି ମଦ ଏବ˚ ୩ଟି ମୋଟର ସାଇକଲ(ନମ୍ବର ଏପି ୩୫ଜେ ୦୬୭୨/ଓଡ଼ି ୧୮ସି ୦୫୩୭/ଓଆର ୧୮ଏ ୭୫୭୬) ଜବତ କରାଯାଇଛି ବୋଲି ଜିଲ୍ଲା ଅବକାରୀ ନିରୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି। ମୋବାଇଲ ସ୍କାର୍ଡ ଉପ-ନିରୀକ୍ଷକ ବିଶ୍ବାମିତ୍ର ବୁଡେ଼କଙ୍କ ତତ୍ବାବୋଧାନରେ ଅବକାରୀ ମୋବାଇଲ ସ୍କ୍ବାଡ ଦଳ କୁଡ଼ାପାଡ଼ୁ ଗ୍ରାମ ଛକରେ ପେଟ୍ରୋଲି˚ ସମୟରେ ଦେଶୀ ମଦ ଚୋରା ଚାଲାଣ ସମୟରେ ଚଢାଉ କରି ଧରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର