ଦୋକାନରୁ ୫୦ହଜାର ଟଙ୍କା ଚୋରି

ସେମିଳିଗୁଡା: ସେମିଳିଗୁଡା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପ୍ରକାଶ ହାର୍ଡେଓ୍ଵର ଦୋକାନରୁ ଗତକାଲି ଚୋରି ହୋଇଛି। ଦୋକାନର ପଛପଟ ଲୁହା କବାଟ ଭାଙ୍ଗି ଦୁର୍ବୃତ୍ତ ଦୋକାନ ଭିତରେ ପଶିବା ପରେ ଦୋକାନରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗି ଦେଇଥିଲା। ପରେ ଦୋକାନ କାଉଣ୍ଟରରେ ଥିବା ୫୦ହଜାର ଟଙ୍କା ଚୋରି କରି ନେଇ ଯାଇଥିଲା। ଆଜି ସକାଳୁ ଦୋକାନ ଖୋଲାଥିବା ଦେଖି ମାଲିକ ପ୍ରକାଶ ମହାନ୍ତି ଦେଖିବାକୁ ପାଇଥିଲେ। କାଉଣ୍ଟରରେ ଥିବା ୫୦ହଜାର ଟଙ୍କା ଚୋରି ହେବା ଜାଣିବା ପରେ ଏନେଇ ସେ ସୁନାବେଡା ଥାନାରେ ଏତଲା ଦେଇଥିଲେ। ସୁନାବେଡା ଥାନା ଅଧିକାରୀ ଯୋଗେଶ୍ୱରୀ ବେହେରାଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ପ୍ରକାଶଙ୍କ ଦୋକାନରୁ ଚୋରି ହୋଇଥିବା ବେଳେ ଦୋକାନର ଜଣେ କର୍ମଚାରୀ ଟଙ୍କା ଚୋରି କରିଥିବା ସିସି ଟିଭିରୁ ଜଣାପଡିଥିଲା। ଏହି ଚୋରିରେ ମଧ୍ୟ ଏହି କର୍ମଚାରୀର ହାତ ଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର